ଭଞ୍ଜନଗର ଠାରେ ବିଜେପି ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ ।

0 232

ଭଞ୍ଜନଗର,୧୮/୦୪(ପିପିଟି): ସର୍ବ ଭାରତୀୟ ସ୍ତରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡ଼ାକରାରେ ଏପ୍ରିଲ ୧୮ତାରିଖରେ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଭଞ୍ଜନଗର ଠାରେ ମଧ୍ୟ ଭାରତୀୟ ଜନତା ପାର୍ଟି ତରଫରୁ ବସ ଷ୍ଟାଣ୍ଡ ଓ ବିଭିନ୍ନ ପଞ୍ଚାୟତ ରେ ସଫେଇ କାର୍ଯ୍ୟ କରାଯାଇଥିଲା। ଦୀର୍ଘ ଦିନ ହେଲା ବାଉଁଶଲୁଣ୍ଡି ରାସ୍ତା କଡରେ ଜମା ହୋଇ ରହିଥିବା ଅଳିଆ ଆବର୍ଜନାକୁ ସଫା କରିବା ସହ ସହରର ବସ ଷ୍ଟାଣ୍ଡ ସମେତ ଅନ୍ୟ କେତେକ ସ୍ଥାନକୁ ମଧ୍ୟ ସଫା ସୁତରା କରାଯାଇଛି। ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ବହୁ ନେତା ଓ କର୍ମୀ ଏକାଠି ହୋଇ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।ପରିବେଶକୁ ସରସ ସୁନ୍ଦର ରଖୁଥିବା କିଛି ସଫେଇ କର୍ମଚାରୀଙ୍କୁ ମଧ୍ୟ ଦଳ ତରଫରୁ ସମ୍ମାନିତ କରାଯାଇଥିଲା।ଏଥିରେ ବିଜେପି ବିଧାୟକ ପ୍ରାର୍ଥୀ ପ୍ରଦ୍ୟୁମ୍ନ କୁମାର ନାୟକ, ରବୀନ୍ଦ୍ର କୁମାର ଗୌଡ଼, ଉଦ୍ଧବ ମିଶ୍ର, ଅଯୋଧ୍ୟା ନାଥ ମହାପାତ୍ର, ଶିବ ପ୍ରସାଦ ମହାପାତ୍ର, ସନ୍ତୋଷ ପାଳ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.