ଭଞ୍ଜନଗର ଠାରେ ବିଜେଡ଼ିର ୨୬ତମ ପ୍ରତିଷ୍ଠା ଦିବସ ।

0 381

ଭଞ୍ଜନଗର,୦୮/୦୧(ପିପିଟି): ସ୍ଥାନୀୟ ଜଳ ସମ୍ପଦ ବିଭାଗ ଡାକ ବଙ୍ଗଳା ପରିସରରେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ ୨୬ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ, ପରିବେଶ, ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ, ପାନୀୟ ଜଳ, ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ସମ୍ମାନିତ ଅତିଥି ରୂପେ କନ୍ଧମାଳ ସାଂସଦ ଡ଼. ଅଚ୍ୟୁତ ସାମନ୍ତ, ଗଞ୍ଜାମ ଜିଲ୍ଲା ବିଜେଡ଼ି ସଭାପତି ଡ଼. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ମହାରଣା, ଭଞ୍ଜନଗର ଏନ୍ଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର,ବ୍ଲକ ଅଧ୍ୟକ୍ଷ ନରିସଭା ନାୟକ, ପୂର୍ବତନ ଏନ୍ଏସି ଅଧ୍ୟକ୍ଷ ସୁଧୀର ରଞ୍ଜନ ବେହେରା, ବ୍ଲକ ସଭାପତି ରାଜେନ୍ଦ୍ର ପ୍ରସାଦ ପ୍ରଧାନ,ଏନ୍ଏସି ସଭାପତି ରାଜେନ୍ଦ୍ର ବିଷୋୟୀ,ଜିଲ୍ଲା ଉପସଭାପତି ରାଜ କୁମାର ସାହୁ,ଜିଲ୍ଲା ସାଧାରଣ ସମ୍ପାଦକ ବିପ୍ର ଚରଣ ବାରିକ,ମହିଳା ବିଜେଡି ସଭାପତି ଶୈଳବାଳା ବିଷୋୟୀ, ଜଗନ୍ନାଥ ପ୍ରସାଦ ବ୍ଲକ ସଭାନେତ୍ରୀ ଜୟଶ୍ରୀ ସାହୁ ଓ ଅନ୍ୟମାନେ ମଞ୍ଚରେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ସାଂସଦ ପ୍ରତିନିଧି ଦିବାକର ନାୟକ ସଂଯୋଜନା କରିଥିଲେ। ବିଗତ ୨୫ବର୍ଷ ଧରି ଓଡିଶା ବାସୀଙ୍କ ପାଇଁ ବିଜୁ ଜନତା ଦଳ ଉତ୍ସାର୍ଗୀକୃତ ସେବା ଯୋଗାଇ ଆଜି ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବ ସାଉଁଟିଛି।ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କରୋନାର ସଫଳ ମୁକାବିଲା ଠାରୁ ଆରମ୍ଭ କରି ଦ୍ଵିତୀୟ ଥର ହକି ବିଶ୍ୱକପ ଆୟୋଜନ ପର୍ଯ୍ୟନ୍ତ ଯେ କୌଣସି ପରିସ୍ଥିତିକୁ ସାମ୍ନା କରି ଓଡିଶା ଆଜି ସାରା ବିଶ୍ୱରେ ପରିଚିତ।ନବୀନ ପଟ୍ଟନାୟକଙ୍କ ଯୁଗ ମହିଳାମାନଙ୍କ ପାଇଁ ସୁବର୍ଣ୍ଣ ଯୁଗ ବୋଲି ସାଂସଦ ଶ୍ରୀ ସାମନ୍ତ କହିଥିଲେ। ବିଜୁ ପଟ୍ଟନାୟକଙ୍କ ସମୟରେ ରାଉରକେଲା ରେ ଗୋଟିଏ ଷ୍ଟିଲ ପ୍ଲାଣ୍ଟ ଥିବା ବେଳେ ଏବେଅନେକ ଗୁଡିଏ ଷ୍ଟିଲପ୍ଲାଣ୍ଟ ସ୍ଥାପନ ହୋଇ ପାରିଛି। ପୂର୍ବରୁ ଓଡ଼ିଶାରେ ୩ଟି ମେଡ଼ିକାଲ କଲେଜ ଥିବା ବେଳେ ଏବେ ତାହା ୧୧ରେ ପହଞ୍ଚିଛି।୨୦୨୪ମସିହା ସୁଦ୍ଧା ଓଡ଼ିଶାର ଘରେ ଘରେ ପାନୀୟ ଜଳ ଯୋଗାଇ ଦେବା ପାଇଁ ଉଦ୍ୟମ ଚାଲିଛି। ସେହିପରି ବିଜୁ ପକ୍କା ଘର,ବିଜୁ ସ୍ୱାସ୍ଥ୍ୟ କାର୍ଡ଼,ମିଶନ ଶକ୍ତି, ଆଦର୍ଶ ବିଦ୍ୟାଳୟ,ଖାଦ୍ୟ ସୁରକ୍ଷା ଯୋଜନା ଭଳି ଅନେକ ଉନ୍ନୟନମୂଳକ କାର୍ଯ୍ୟ ସହ ରାସ୍ତାଘାଟର ଉନ୍ନତିକରଣ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଉପରେ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ସେହିପରି ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ବାଚସ୍ପତି ଶ୍ରୀ ଆରୁଖ ସମସ୍ତ ସରକାରୀ ଯୋଜନା କାର୍ଯ୍ୟକାରୀ କରି ସ୍ଥାନୀୟ ଅଞ୍ଚଳର ବିକାଶ କରିପାରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଅମାତ ନିଜ ବକ୍ତବ୍ୟରେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର ଓ ଜଗନ୍ନାଥ ପ୍ରସାଦ ବ୍ଲକର ବହୁ ସରପଞ୍ଚ,ସମିତି ସଭ୍ୟ, ଜିଲ୍ଲା ପରିଷଦ, ନେତୃବୃନ୍ଦ ଓ ହଜାର ହଜାର ସଂଖ୍ୟାରେ ପୁରୁଷ ଏବଂ ମହିଳା କର୍ମୀ ଉପସ୍ଥିତ ଥିଲେ।
(ରିପୋର୍ଟ- ଜେକେ ପଟ୍ଟନାୟକ। )

Leave A Reply

Your email address will not be published.