ଭଞ୍ଜନଗର ଠାରେ ବନ୍ଦ ସଫଳ ।

0 306

ଭଞ୍ଜନଗର,୦୮/୧୨(ପିପିଟି); ବିଭିନ୍ନ କୃଷକ ସଙ୍ଗଠନ ପକ୍ଷରୁ କେନ୍ଦ୍ରର ମୋଦୀ ସରକାର ବିରୁଦ୍ଧରେ ଆଜି ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହାକୁ ଜାତୀୟ କଂଗ୍ରେସ ମଧ୍ୟ ସମର୍ଥନ ଜଣାଇଛି। ଭଞ୍ଜନଗର ଠାରେ କଂଗ୍ରେସ ଦଳ ତରଫରୁ ଆଜି ସକାଳ ୭ଟା ଠାରୁ ଦଳୀୟ କର୍ମୀମାନେ ବିଭିନ୍ନ ଛକ ଓ ରାସ୍ତା ଅବରୋଧ କରିଥିଲେ।ଏଥିସହ ପିକେଟିଂ କରି ସମସ୍ତ ଦୋକାନ ବଜାର, ବିଭିନ୍ନ କାର୍ଯ୍ୟାଳୟକୁ ବନ୍ଦ କରିବାରେ ସକ୍ଷମ ହୋଇଥିଲେ।ଏଥିରେ ପିସିସି କୋର କମିଟି ସଦସ୍ୟ ଦେବୀ ବିଷୋୟୀ, ଗତି ମହାପାତ୍ର, ପ୍ରଶାନ୍ତ ବିଷୋୟୀ, ବିଦ୍ୟାଧର ପ୍ରଧାନ, ସି.ପି.ଆଇଏମ ର ଅଭିମନ୍ୟୁ ଗୌଡ଼, ହରିକୃଷ୍ଣ ସାହୁ ଓ ଅନ୍ୟମାନେ ସାମିଲ ହୋଇଥିଲେ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.