ଭଞ୍ଜନଗର,୦୧/୦୪(ପିପିଟି); ଭଞ୍ଜନଗର ବ୍ଲକ ସମ୍ମିଳନୀ କକ୍ଷରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଉପଖଣ୍ଡସ୍ତରୀୟ ୮୬ତମ ଓଡିଶା ଦିବସ ସମାରୋହ ପାଳନ କରାଯାଇଛି।ଗୁରୁବାର ପ୍ରାତଃ ସମୟରେ ସହରର ବିଭିନ୍ନ ସ୍ଥାନରେ ଥିବା ଓଡ଼ିଶାର ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ପ୍ରଶାସନିକ ଅଧିକାରୀମାନେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ। ଏହାପରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ମୁଖ୍ୟ ବକ୍ତା ପ୍ରାକ୍ତନ କେ.ଏସ.ୟୁ.ବି କଲେଜ ଅଧ୍ୟକ୍ଷ ଡ଼. ନିଳାଞ୍ଚଳ ମୁନୀ, ସମ୍ମାନିତ ଅତିଥି ରୂପେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝି ଉପସ୍ଥିତ ଥିଲେ।ସମାଜସେବୀ ଶୂଳପାଣି ଶତପଥି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।ଓଡ଼ିଆ ଭାଷା ଓ ସଂକୃତିର ଅବକ୍ଷୟକୁ ରକ୍ଷା କରି ଏକ ସମୃଦ୍ଧ ଉତ୍କଳ ପ୍ରଦେଶ ଗଠନ ନିମନ୍ତେ ଓଡ଼ିଶାର ବରପୁତ୍ରମାନଙ୍କର ଅହରହ ଉଦ୍ୟମ, ଅଦମ୍ୟ ତ୍ୟାଗ,ସଂକଳ୍ପ ଓ ସଂଗ୍ରାମ ଫଳରେ ଖଣ୍ଡ ବିଖଣ୍ଡିତ ହୋଇ ରହିଥିବା ଉତ୍କଳର ଏକତ୍ରିକରଣ କରି ଉତ୍କଳ ପ୍ରଦେଶ ଗଠନ ୧୯୩୬ମସିହା ଏପ୍ରିଲ ୧ ତାରିଖରେ ସମ୍ଭବ ହୋଇ ପାରିଥିଲା।ତେଣୁ ଏହି ମହାନ ଦିବସକୁ ସ୍ମରଣ କରି ସାରା ରାଜ୍ୟରେ ଉତ୍କଳ ଦିବସ ପାଳନ କରାଯାଉଥିବା ଅତିଥିମାନେ କହିଥିଲେ।ଏହି ଅବସରରେ ବିଭନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବକୃତା, ସଙ୍ଗୀତ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝି ଧନ୍ୟବାଦ ଅର୍ପଣ କରିଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )