ଭଞ୍ଜନଗର ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ।

0 502

ଭଞ୍ଜନଗର,୦୮/୦୩(ପିପିଟି);ଭଞ୍ଜନଗର ବାଉଁଶ ଲୁଣ୍ଡି ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବା ବିଜୁ ସ୍ମୃତି ସଂସଦ ଭବନ ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି। ଏଥିରେ ସାଂସଦ ପ୍ରତିନିଧି ଦିବାକର ନାୟକ, ବ୍ଲକ ବିଜେଡ଼ି ସଭାପତି ରାଜେନ୍ଦ୍ର ପ୍ରସାଦ ପ୍ରଧାନ,ବ୍ଲକ ଉପାଧ୍ୟକ୍ଷ ଜିତେନ୍ଦ୍ର କେଶରୀ ଆରୁଖ, ମହିଳା ନେତ୍ରୀ ସୁଜ୍ଞାନୀ କୁମାରୀ ଗୌଡ଼,ବାଉଁଶ ଲୁଣ୍ଡି ସରପଞ୍ଚ ଶାନ୍ତିଲତା ନାୟକ,ଜିଲ୍ଲା ପରିଷଦ ସଭ୍ୟା ସୁମତି ପ୍ରଧାନ, ଜିଲୁଣ୍ଡି ସରପଞ୍ଚ ସସ୍ମିତା ପ୍ରଧାନ, ଲୁଦୁଲୁଦି ସରପଞ୍ଚ ଗୀତାଞ୍ଜଳି ନାୟକ, ଡୁମାକୁମ୍ପା ପୂର୍ବତନ ସରପଞ୍ଚ ଶିବ ଶଙ୍କର ପ୍ରଧାନ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଶୂଳ ପାଣି ଶତପଥି ସଂଯୋଜନା କରିଥିବା ବେଳେ ଜ୍ୟୋସ୍ନା ଦେବୀ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ମହିଳା ସଶକ୍ତିକରଣକୁ ଗୁରୁତ୍ୱ ଦେଇ ଆସିଥିବା ବେଳେ ଏବେ ତାଙ୍କ ସୁପୁତ୍ର ନବୀନ ପଟ୍ଟନାୟକ ମଧ୍ୟ ମହିଳାମାନଙ୍କୁ ସମ୍ମାନ ଜଣାଇ ମିଶନ ଶକ୍ତିକୁ ଗୋଟିଏ ବିଭାଗ ରୂପେ ପରିଗଣିତ କରିଛନ୍ତି। ସେହିପରି ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ରେ ମଧ୍ୟ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମଧ୍ୟ ସେହି ଧାରାକୁ ବଜାୟ ରଖିଛନ୍ତି ବୋଲି ଅତିଥିମାନେ କହିଥିଲେ। ଏହି କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟ ମାନେ ଉପସ୍ଥିତ ଥିଲେ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.