ଭଞ୍ଜନଗର ଠାକୁରାଣୀ ଯାତ୍ରା ମେ ୩ରେ ଆରମ୍ଭ ୨୪ରେ ଶେଷ ।

0 1,007

ଭଞ୍ଜନଗର,୨୬/୦୨(ପିପିଟି): ଦୀର୍ଘ ୬ବର୍ଷ ପରେ ପୁଣିଥରେ ଭଞ୍ଜନଗର ସହରରେ ଚଳିତ ବର୍ଷ ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି।କରୋନା କଟକଣା ସକାଶେ ଗତ ଥର ଯାତ୍ରା ବନ୍ଦ ରହିଥିଲା। ହେଲେ ଏହି ବର୍ଷ ଯାତ୍ରାକୁ ଶାନ୍ତି ଶୃଙ୍ଖଳା, ଅଧିକ ଆକର୍ଷଣୀୟ ଓ ଧୂମ୍ ଧାମ ସହକାରେ ପାଳନ କରିବା ପାଇଁ ଯାତ୍ରା କମିଟି ପକ୍ଷରୁ ଆଜି ସ୍ଥାନୀୟ ରଘୁନାଥ ମନ୍ଦିର ପ୍ରାଙ୍ଗଣରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ପୂଜକଙ୍କ ମତକୁ ଗୁରୁତ୍ୱ ଦେଇ ଚଳିତ ବର୍ଷ ଠାକୁରାଣୀ ଯାତ୍ରା ନିମନ୍ତେ ମାର୍ଚ୍ଚ ୨୬ତାରିଖ ରେ ଶୁଭ ଖୁଣ୍ଟି ସ୍ଥାପନ ଏବଂ ମାଆଙ୍କର ଯାତ୍ରା ଆସନ୍ତା ମେ ମାସ ୩ତାରିଖରୁ ଅରମ୍ଭ ହୋଇ ୨୪ ତାରିଖ ଦିନ ସମାପ୍ତ ହେବ ବୋଲି ନିଷ୍ପତି ନିଆଯାଇଛି। ଏଥି ମଧ୍ୟରେ ଦେବୀଙ୍କ ପୀଠରେ ୧୫ ତାରିଖ ଦିନ ଶାନ୍ତି ହୋମ,୧୯ ତାରିଖ ଦିନ ସାବିତ୍ରୀ ଅମବାସ୍ୟା ଏବଂ ୨୩ ତାରିଖ ଦିନ ସିଂହବାହିନୀ ଅନୁଷ୍ଠିତ ହେବା ପରେ ୨୪ ତାରିଖ ଦିନ ବନ ବିଭାଗ ଡାକ ବଙ୍ଗଳା ଠାରେ ଭେଟଯାତ୍ରା ଅନୁଷ୍ଠିତ ହେବା ପରେ ଯାତ୍ରା ସମାପ୍ତି ଘଟିବ ବୋଲି ସ୍ଥିର ହୋଇଛି। ଆଜିର ବୈଠକରେ ସଭାପତି ରାଜେନ୍ଦ୍ର ବିଶୋୟୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ବୈଠକରେ ଯାତ୍ରା କମିଟିର ମୁଖ୍ୟ ଉପଦେଷ୍ଟା ତଥା ଓଡିଶା ବିଧାନସଭାର ବାଚସ୍ପତି ବିକ୍ରମ କେଶରୀ ଆରୁଖ ମୁଖ୍ୟ ଅତିଥି , ଅନ୍ୟତମ ଉପଦେଷ୍ଟା ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ଯୋଗଦେଇ ଯାତ୍ରାକୁ ମହାଆଡମ୍ବର ସହ ପାଳନ କରିବାକୁ କହିଥିଲେ। ଏଥିରେ ବିଦ୍ୟୁତ୍ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଇଂ ନୃସିଂହ ଚରଣ ପଣ୍ଡା,ଜନସ୍ବାସ୍ଥ ବିଭାଗ ସହକାରୀ ଯନ୍ତ୍ରୀ ଇଂ ବିନୟ କୁମାର ସାହୁ,ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର,ତହସିଲଦାର ଅଚ୍ୟୁତାନନ୍ଦ ଜାନୀ,ଥାନା ଅଧିକାରୀ ଧୀରେଶ କୁମାର ଦାସ ପ୍ରମୁଖ ମଞ୍ଚାସୀନ ଥିଲେ। ଏହାପରେ ସର୍ବ ସମ୍ମତି କ୍ରମେ ରାଜେନ୍ଦ୍ର ବିଶୋୟୀଙ୍କୁ ସଭାପତି ଭାବେ ଚୟନ କରାଯାଇଥିବା ବେଳେ ସାଧାରଣ ସମ୍ପାଦକ ଭାବେ ସୂଧୀର ରଞ୍ଜନ ବେଦହେରା ଏବଂ ମୁଖ୍ୟ ସାଙ୍ଗଠନିକ ସମ୍ପାଦକ ଭାବେ ଏନ୍ଏସି ଅଧ୍ୟକ୍ଷ ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ରଙ୍କୁ ଚୟନ କରାଯାଇଥିଲା । ନୂତନ ଉପସଭାପତି ଭାବେ ମୂରଲୀଧର ପଣ୍ଡା ଏବଂ ଯୁଗ୍ମ ସମ୍ପାଦକ ଭାବେ ଲୋକନାଥ କରଙ୍କୁ ଚୟନ କରାଯାଇଥିଲା । ଏହାକୁ ସାଙ୍ଗଠନିକ ସମ୍ପାଦକ ସୁଶାନ୍ତ ମହାପାତ୍ର ସଂଯୋଜନା କରିଥିବା ବେଳେ ଉପସଭାପତି ଶାନ୍ତୁନୁ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
(ରିପୋର୍ଟ- ଜେକେ ପଟ୍ଟନାୟକ। )

Leave A Reply

Your email address will not be published.