ଭଞ୍ଜନଗର ଟାଏକୋଣ୍ଡୋ ଏକାଡେମୀରେ କଲର ବେଲ୍ଟ ଟେଷ୍ଟ ।

0 331

ଭଞ୍ଜନଗର,୨୦/୦୯(ପିପିଟି): ଭଞ୍ଜନଗର ଟାଏକୋଣ୍ଡୋ ଏକାଡେ଼ମୀରେ ପ୍ରଶିକ୍ଷଣ ନେଉଥିବା ପ୍ରାୟ ୬୦ଜଣ ଛାତ୍ରଛାତ୍ରୀଙ୍କର ରବିବାର ପ୍ରଥମ କଲର ବେଲ୍ଟ ଟେଷ୍ଟ ସ୍ଥାନୀୟ ବାଉଁଶ ଲୁଣ୍ଡି କୁରୁମ ପେଣ୍ଠ ଠାରେ ଅନୁଷ୍ଠିତ ହୋଇଯାଇଛି।ସେଥିରୁ ୩୨ଜଣ ଛାତ୍ର ଓ ୮ଜଣ ଛାତ୍ରୀ କୃତକାର୍ଯ୍ୟ ହୋଇ ହଳଦିଆ ବେଲ୍ଟ ଓ ପ୍ରମାଣ ପତ୍ର ପାଇବାରେ ସକ୍ଷମ ହୋଇଛନ୍ତି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଡ଼ି ପୁର କଲେଜ ଅଧ୍ୟକ୍ଷ ପ୍ରଭାକର ଶତପଥି, ସମ୍ମାନିତ ଅତିଥି ରୂପେ ବୁଗୁଡା କଲେଜ କ୍ରୀଡା ପ୍ରଶିକ୍ଷକ କ୍ରିଷ୍ଣା ରାଓ ପାତ୍ର, ଗଜପତି ଜିଲ୍ଲା ଟାଏକୋଣ୍ଡୋ ଅଧ୍ୟକ୍ଷ କାର୍ତ୍ତିକ ମହାପାତ୍ର, ବ୍ରହ୍ମପୁର ଟାଏକୋଣ୍ଡୋ ଏକାଡେମୀ ର ସମ୍ପାଦକ ସତ୍ୟ ନାରାୟଣ ତ୍ରିପାଠୀ ଓ ଭଞ୍ଜନଗର ଟାଏକୋଣ୍ଡୋ ଏକାଡେମୀର ପ୍ରଶିକ୍ଷକ ପ୍ରାଣକୃଷ୍ଣ ଗୌଡ଼ ଉପସ୍ଥିତ ଥିଲେ। ଆତ୍ମସୁରକ୍ଷା ନିମନ୍ତେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଅନୁଷ୍ଠାନ ର ସମସ୍ତ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ନେଇ ପ୍ରାତଃ ସମୟରେ ଏକ ଶୋଭାଯାତ୍ରା ଭଞ୍ଜନଗର ବାଉଁଶ ଲୁଣ୍ଡି ମୁଖ୍ୟ ରାସ୍ତାରୁ ବାହାରି ବସ ଷ୍ଟାଣ୍ଡ, ହାଇସ୍କୁଲ ଛକ,ଖାଲା ସାହି ଦେଇ ସହର ପରିକ୍ରମା କରିଥିଲା।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.