ଭଞ୍ଜନଗର,୨୬/୦୩(ପିପିଟି): ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ବୁଧବାର କଡା ସୁରକ୍ଷା ବଳୟ ମଧ୍ୟରେ ଭଞ୍ଜନଗର ଏଡିଜେ କୋର୍ଟରେ ହାଜର କରାଯାଇଥିଲା। ସୋରଡା ଥାନା ଅନ୍ତର୍ଗତ ଗୋଛା ଗ୍ରାମରେ ଏକ ଗାଡି ପୋଡି ମାମଲାରେ ଏସଟି କେସ ୧୧୬/ ୧୬ ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ ନିର୍ଦୋଷ ରେ ଖଲାସ ହୋଇଥିବା ବେଳେ ସେହିଭଳି ବଡଗଡ଼ ଥାନା କେସ ନଂ ୪୨/୧୩ ର ଏସଟି କେସ ୧୨୫/୧୫ ରେ ଜଣଙ୍କ ସାକ୍ଷ୍ୟ ଗ୍ରହଣ ହୋଇଛି। ୨୪୧/୧୬ ରେ ଦୁଇ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି। ସରକାରଙ୍କ ପକ୍ଷରୁ ଆଇନଜୀବୀ ଏମ.ତାଜ ଆଦେନୀ ଏବଂ ସବ୍ୟସାଚୀଙ୍କ ପାଇଁ ନୟାଗଡ଼ର ସମୀର ନାୟକ ମାମଲା ଗୁଡିକର ପରିଚାଳନା କରିଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )
Next Post