ଭଞ୍ଜନଗର କପ ଫୁଟବଲ ଟୁର୍ଣ୍ଣାମେଣ୍ଟ; ଫାଇନାଲରେ ପୁରୁଣା କଟକ ୨-୧ରେ ଚମ୍ପିୟାନ ।

0 240

ଭଞ୍ଜନଗର,୨୦/୦୩(ପିପିଟି): ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଖେଳ ପଡ଼ିଆରେ ଗତ ୧୩ତାରିଖରୁ ଚାଲିଥିବା ରାଜ୍ୟ ସ୍ତରୀୟ ଭଞ୍ଜନଗର କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଫାଇନାଲ୍ ମ୍ୟାଚରେ କଲାଡ଼ି ଫୁଟବଲ କ୍ଲବ, ଫୁଲବାଣୀ ଓ ମାଆ ଭୈରବୀ ଫୁଟବଲ ଟିମ, ପୁରୁଣା କଟକ ମଧ୍ୟରେ ଅନୁଷ୍ଠିତ ହୋଇଥିଲେ। ଖେଳର ପ୍ରଥମାର୍ଦ୍ଧରେ ଫୁଲବାଣୀ ଦଳ ୧-୦ରେ ଆଗୁଆ ଥିବାବେଳେ ଦ୍ବିତୀୟlର୍ଦ୍ଧରେ ପୁରୁଣା କଟକ ଲଗାତାର ଭାବେ ୨ଟି ଗୋଲ ଦେଇ ୨-୧ଗୋଲରେ ବିଜୟୀ ହୋଇଛି।ଶିକ୍ଷାବିତ ଅମର ନାଥ ରଥଙ୍କ ତରଫରୁ ବିଜୟୀ ଦଳକୁ ଟ୍ରଫି ସହ ୭ହଜାର ୭ଟଙ୍କା ଓ ପରାଜିତ ଦଳ ରନର ଟ୍ରଫି ସହ ୫ହଜାର ୫ଟଙ୍କା ପୁରସ୍କୃତ କରାଯାଇଛି।ମ୍ୟାନ ଅଫ ଦି ଟୁର୍ଣ୍ଣାମେଣ୍ଟ ଅନ୍ତର୍ଯ୍ୟାମୀ ନାୟକ ପୁରୁଣା କଟକ,ଏହି ଦଳର ବେଷ୍ଟ ଡିଫନ୍ସ ରାକେଶ, ବେଷ୍ଟ ଗୋଲ କିପର ଫୁଲବାଣୀର ଜଗନ,ବେଷ୍ଟ ପ୍ଲେୟାର ଭଞ୍ଜନଗରର ସୁଦୀପଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ମ୍ୟାଚରେ ମୁଖ୍ୟ ଅତିଥି ରୂପେ ମହେଶ୍ବର ପ୍ରଧାନ ସମ୍ମାନିତ ଅତିଥି ଭାବେ ଶିବରାମ ପ୍ରଧାନ,ଲିଙ୍ଗରାଜ ଜେନା,ସାମ୍ବାଦିକ ଲୋକନାଥ କର ଓ ଜୟକୃଷ୍ଣ ପଟ୍ଟନାୟକ ଏବଂ ଶରତ ଚନ୍ଦ୍ର ମହାନ୍ତି ଉପସ୍ଥିତ ଥିଲେ।ପ୍ରଶାନ୍ତ କୁମାର ମହାନ୍ତି ଉଦଘୋଷକ କାର୍ଯ୍ୟ ସମ୍ପାଦନ କରିଥିଲେ। ଆଜିର ଖେଳରେ ରେଫରୀ ଭାବେ ପି. ରମେଶ ରାଓ ଓ ଖେଳ ପରିଚାଳନାରେ ଗଣେଶ ବାହାଦୂର ଓ ବିଚିତ୍ରlନନ୍ଦ ଜେନା ରହିଥିଲେ। ଏଥିରେ କୁଲୁ ସାମନ୍ତ,ଟୁକୁନା ସିଂ ଓ ଶଙ୍କର ସମେତ ଭଞ୍ଜନଗରଆ ଫୁଟବଲ ଏକାଡେମୀର ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.