ଭଞ୍ଜନଗର,୧୧/୦୬(ପିପିଟି); ପ୍ରଦେଶ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ଶୁକ୍ରବାର ଭଞ୍ଜନଗର କଂଗ୍ରେସ କମିଟି ତରଫରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପେଟ୍ରୋଲ, ଡ଼ିଜେଲ ଏବଂ ରନ୍ଧନ ଗ୍ୟାସର ବାରମ୍ବାର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ବାଉଁଶଲୁଣ୍ଡି ପେଟ୍ରୋଲ ପମ୍ପ ଠାରେ ଯୁବ ନେତା ପ୍ରଶାନ୍ତ କୁମାର ବିଷୋୟୀଙ୍କ ତତ୍ତ୍ୱାବଧାନରେ ଶାନ୍ତି ପୂର୍ଣ୍ଣ ଭାବେ ଧାରଣା ଦେଇ ପ୍ରତିବାଦ କରାଯାଇଥିଲା।କରୋନାର ଦ୍ଵିତୀୟ ଲହର ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡି ଥିବା ବେଳେ ବହୁ ମଧ୍ୟବିତ୍ତ ଓ ଗରିବ ଶ୍ରେଣୀର ଲୋକମାନେ ରୋଜଗାର ହରାଇ ଦୁଃଖ କଷ୍ଟରେ ଦିନ କାଟୁଛନ୍ତି। ଏଭଳି ସ୍ଥିତିରେ ସେମାନଙ୍କ ପ୍ରତି କୌଣସି ସାହାଯ୍ୟ ସହଯୋଗ ଯୋଗାଇବା ପରିବର୍ତ୍ତେ ପେଟ୍ରୋଲ,ଡିଜେଲ, ଗ୍ୟାସ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି କେନ୍ଦ୍ର ଓ ରାଜ୍ୟ ସରକାର ନିଜର ମନମୁଖୀ ଶାସନର ପରିଚୟ ଦେଇଛନ୍ତି। ଏହାର ପ୍ରତିବାଦରେ କଂଗ୍ରେସ କର୍ମୀ ଏକାଠି ହୋଇ ତୈଳ ଉପଭୋକ୍ତ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଜବାହାରଲାଲ ସାହୁ, ମଣ୍ଟୁ ପ୍ରଧାନ, ଲୋକନାଥ ସେଠି, ରଜନୀକାନ୍ତ ବିଶ୍ୱାଳ, ବାଲ୍ୟ କୁମାର ବେହେରା, ପିଣ୍ଟୁ ରାଉଳ, ରାଜେନ୍ଦ୍ର ନାୟକ, ଦୁର୍ଗା ପ୍ରସାଦ ତ୍ରିପାଠୀ, ରବୀନ୍ଦ୍ର କୁମାର ନାୟକ,ପପୁ ଓ ବହୁ କଂଗ୍ରେସ କର୍ମୀ ଯୋଗଦେଇଥିଲେ ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )