ଭଞ୍ଜନଗର,୨୦/୦୬(ପିପିଟି):ରାହୁଲ ଗାନ୍ଧୀଙ୍କୁ ମିଥ୍ୟା ଅଭିଯୋଗରେ ଇଡିର ବାରମ୍ବାର ଜେରା, ଏଆଇସିସି ମୁଖ୍ୟ କାର୍ଯ୍ୟାଳୟ ଭିତରେ ପ୍ରବେଶ କରି ପୋଲିସ ର ଲାଠି ଚାର୍ଜ ଏବଂ ଅଗ୍ନିପଥ ଯୋଜନା ମାଧ୍ୟମରେ ଚାରି ବର୍ଷୀୟା ସେନା ନିଯୁକ୍ତିକୁ ବିରୋଧ କରି ଭଞ୍ଜନଗର କଂଗ୍ରେସ ତାରଫରୁ ସୋମବାର ଡାକଘର କାର୍ଯ୍ୟାଳୟ ଘେରାଉ କରା ଯାଇଥିଲା।
ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ଜେନାଙ୍କ ନିର୍ଦ୍ଦେଶ କ୍ରମେ ଓ ପିସିସି ସଭ୍ୟ ଦେବୀ ପ୍ରସାଦ ବିଶୋୟୀଙ୍କ ନେତୃତ୍ୱରେ ବହୁ କଂଗ୍ରେସକର୍ମୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା କଂଗ୍ରେସ ସମ୍ପାଦକ ଜବାହାରଲାଲ ସାହୁ ଓ ନାରାୟଣ ସେଠି, ଗଞ୍ଜାମ ଜିଲ୍ଲା ସୋସିଆଲ ମିଡ଼ିଆ ସଂଯୋଜକ ରଜନୀକାନ୍ତ ବିଶ୍ୱାଳ, ଜଗନ୍ନାଥପ୍ରସାଦ ବ୍ଲକ ସଭାପତି ବିଦ୍ୟାଧର ପ୍ରଧାନ, ଭଞ୍ଜନଗର ଟାଉନ ସଭାପତି ସୁକାନ୍ତ କୁମାର ଡିଗାଲ,ଭାସ୍କର ପତି,ମଣ୍ଟୁ ପ୍ରଧାନ, ଏନଏସି ଚେୟାରମ୍ୟାନ ପ୍ରାର୍ଥି ବିକ୍ରମ ବିଶୋୟୀ, ଯୁବ ନେତା ଗିରିଜା ଶଙ୍କର ଭୂୟାଁ ସମେତ ବହୁ କଂଗ୍ରେସ କର୍ମୀ ଏହି ଆନ୍ଦୋଳନକୁ ବିରୋଧ କରିଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )
Next Post