ଭଞ୍ଜନଗର ଓକିଲ ସଂଘ ନିର୍ବାଚନରେ ସନ୍ତୋଷ ସଭାପତି, ଜ୍ଞାନେନ୍ଦ୍ର ସମ୍ପାଦକ ।

0 666

ଭଞ୍ଜନଗର,୨୭/୦୩(ପିପିଟି);ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଜଜ୍ ଅଦାଲତ ଠାରେ ବାର ଆସୋସିଏସନର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ୨୦୪ଟି ମତଦାନ ହୋଇଥିଲା। ସଭାପତି ଭାବେ ୨ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଥିବା ବେଳେ ସେଥି ମଧ୍ୟରେ ସନ୍ତୋଷ କୁମାର ନାୟକ ବହୁ ମତରେ ବିଜୟ ଲାଭ କରିଛନ୍ତି।ସେହିପରି ଉପସଭାପତି ଭାବେ ୩ଜଣ ପ୍ରାର୍ଥୀ ମଧ୍ୟରେ ରଜତ କୁମାର ଦାଶ, ସମ୍ପାଦକ ଭାବେ ୪ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଜ୍ଞାନେନ୍ଦ୍ର ନାୟକ, ସହ ସମ୍ପାଦକ ୪ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଧୀରେନ କୁମାର ସ୍ୱାଇଁ ନିର୍ବାଚିତ ହୋଇଛନ୍ତି।ଏକଯ୍ୟୁକୁଟିଭ ବଡ଼ି ମେମ୍ବର ଭାବେ ଅଜୟ କୁମାର ପ୍ରଧାନ, ଛବି ଲାଲ ପୃଷ୍ଟି, ରାମକୃଷ୍ଣ ଦାଶ ବିଜୟୀ ହୋଇଛନ୍ତି। କୋଷାଧ୍ୟକ୍ଷ ଭାବେ ଅରୁଣ କୁମାର ପ୍ରଧାନ ଓ ପାଠାଗାର ସମ୍ପାଦକ ପାର୍ଥ ସାରଥି ଗୌଡ଼ ପୂର୍ବରୁ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇ ସାରିଛନ୍ତି।ନିର୍ବାଚନ ଅଧିକାରୀ ଦାୟିତ୍ୱରେ ରମେଶ ଚନ୍ଦ୍ର ପଣ୍ଡା, ତ୍ରିନାଥ ମଳିକ, ଲଡୁ କିଶୋର ଆଳତିଆ ଓ ବିମ୍ବାଧର ଷଢଙ୍ଗୀ ରହିଥିଲେ।ଏଥିରେ ଅନ୍ୟ ଆଇନଜୀବୀ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.