ଭଞ୍ଜନଗର,୦୫/୦୪(ପିପିଟି); ଭଞ୍ଜନଗର ଅତିରିକ୍ତ ଜିଲ୍ଲା ଜଜ୍ ଅଦାଲତ ପରିସରରେ ସୋମବାର ବର୍ଷ ୨୦୨୧-୨୨ନିମନ୍ତେ ବାର ଆସୋସିଏସନର ନବ ନିଯୁକ୍ତ କର୍ମକର୍ତ୍ତାମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହ ବରିଷ୍ଠ ଆଇନଜୀବୀ ରାମ ଚନ୍ଦ୍ର ପଣ୍ଡା ନିର୍ବାଚିତ ସମସ୍ତ ସଦସ୍ୟଙ୍କୁ ପଦ ଓ ଗୋପନୀୟତା ର ଶପଥ ପାଠ କରାଇଥିଲେ।ଏଥିରେ ସଭାପତି ଭାବେ ସନ୍ତୋଷ କୁମାର ନାୟକ, ଉପସଭାପତି ରଜତ କୁମାର ଦାଶ, ସମ୍ପାଦକ ଜ୍ଞାନେନ୍ଦ୍ର ନାୟକ,ସହ ସମ୍ପାଦକ ଧୀରେନ କୁମାର ସ୍ୱାଇଁ,କୋଷାଧ୍ୟକ୍ଷ ଅରୁଣ କୁମାର ପ୍ରଧାନ, ପାଠାଗାର ସମ୍ପାଦକ ପାର୍ଥ ସାରଥୀ ଗୌଡ଼,କାର୍ଯ୍ୟ ନିର୍ବାହୀ ସଦସ୍ୟ ଭାବେ ଅଜୟ କୁମାର ପ୍ରଧାନ, ଛବିଲାଲ ପୃଷ୍ଟି ଓ ରାମକୃଷ୍ଣ ଦାଶ ଶପଥ ଗ୍ରହଣ କରିଥିଲେ।ଶେଷରେ ବିମ୍ବାଧର ଶଢଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ।ଏଥିରେ ଭଞ୍ଜନଗର ସବ ଜଜ୍ କୋର୍ଟର ବହୁ ଆଇନଜୀବୀ ଉପସ୍ଥିତ ଥିଲେ।
(ରିପୋର୍ଟ- ଜଳକଷ୍ଟ ପଟ୍ଟନାୟକ। )