ଭଞ୍ଜନଗର ଏଵଂ ବୁଗୁଡ଼ା ଅବକାରୀ ବିଭାଗର ମିଳିତ ଚଢ଼ାଉ ୪୩୦ ଲିଟର ଦେଶୀ ମଦ ଜବତ ।

0 357

ଭଞ୍ଜନଗର,୨୪/୦୯, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏଵଂ ଗଞ୍ଜାମ ଅବକାରୀ ଅଧିକ୍ଷକ ରାଜେନ୍ଦ୍ର ଭତ୍ରାଙ୍କ ନିର୍ଦ୍ଦେଶ କ୍ରମେ ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ଼, ତୁରୁମ, ଗୁଡ଼ୁପଲ୍ଲୀ, ଗୁଜୁରାଳି ଅଞ୍ଚଳରେ ଭଞ୍ଜନଗର ଏଵଂ ବୁଗୁଡ଼ା ଅବକାରୀ ବିଭାଗ ଦ୍ୱାରା ମିଳିତ ଚଢ଼ାଉ କରାଯାଇ ୪୩୦ ଲିଟର ହାତ ରନ୍ଧା ଦେଶୀ ମଦ ଏଵଂ ୨୩୮୬ କେଜି ଗୁଡ ମିଶ୍ରିତ ପଚକୁ ଜବତ କରି ନଷ୍ଟ କରି ଦିଆଯାଇଛି । ମଦ ପ୍ରସ୍ତୁତି ଓ ବିକ୍ରି ଅଭିଯୋଗରେ ତିନି ଟି ମାମଲା ରୁଜୁ କରାଯାଇ ଦୁଇ ଜଣ ଆସାମୀ ଗୁରୁମୂର୍ତି ଡାକୁଆ ଏଵଂ ଗୋବିନ୍ଦ ସାହୁ କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଭଞ୍ଜନଗର ଅବକାରୀ ଓ. ଆଇ. ସି ପାର୍ଥ ସାରଥୀ ରାଉତଙ୍କ ନେତୃତ୍ୱରେ ହେଇଥିବା ଚଢ଼ାଉରେ ଏ.ଏସ. ଆଇ ମମତା କୁମାରୀ ଦାସ, ଏ.ଏସ.ଆଇ ବିଶ୍ୱନାଥ ବେହେରା, ସମେତ ସନାତନ ନାହାକ, ଏନ. ତିରୁପତି ରାଓ, ଜଗନ୍ନାଥ ମହାପାତ୍ର, ସୁବଳ ପ୍ରଧାନ, କୃଷ୍ଣ ଚନ୍ଦ୍ର ସେଠୀ, ଟୁଟୁ ସାମଲ, ନୀରେନ୍ଦ୍ର ଶବର ପ୍ରମୁଖ କର୍ମଚାରୀ ଉପସ୍ଥିତ ଥିଲେ । (ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।)

Leave A Reply

Your email address will not be published.