ଭଞ୍ଜନଗର ଏନ୍ଏସି ୱାର୍ଡ ସଂରକ୍ଷଣ ତାଲିକା ପ୍ରକାଶ ।

0 279

ଭଞ୍ଜନଗର,୦୯/୧୧(ପିପିଟି): ପୂର୍ବରୁ ପଞ୍ଚାୟତ ନିର୍ବାଚନ ପାଇଁ ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି ଅଧ୍ୟକ୍ଷ, ସରପଞ୍ଚ ଓ ସମିତି ସଭ୍ୟ ପଦବୀ ନିମନ୍ତେ ସଂରକ୍ଷଣ ଆସନର ତାଲିକା ପ୍ରକାଶିତ ହୋଇଥିବା ବେଳେ ଏବେ ସହରାଞ୍ଚଳର ୱାର୍ଡ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି।ସେଥି ମଧ୍ୟରେ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା ୧୫ଟି ୱାର୍ଡ ନିମନ୍ତେ ସଂରକ୍ଷଣ ଆସନର ତାଲିକା ମଧ୍ୟ ପ୍ରକାଶିତ ହୋଇଛି। ୧ନଂ ୱାର୍ଡ ନିମନ୍ତେ ମହିଳା, ୨ନଂ ୱାର୍ଡ ଅଣ ସଂରକ୍ଷିତ,୩ନଂ ୱାର୍ଡରେ ପଛୁଆ ବର୍ଗ,୪ ଓ ୫ନଂ ୱାର୍ଡ ମହିଳା,୬ନଂ ୱାର୍ଡ ଅନୁସୂଚିତ ଜାତି (ମହିଳା),୭ନଂ ୱାର୍ଡ ଅଣ ସଂରକ୍ଷିତ,୮ନଂ ୱାର୍ଡ ପଛୁଆ ବର୍ଗ (ମହିଳା),୯ନଂ ୱାର୍ଡ ଅନୁସୂଚିତ ଜନଜାତି (ମହିଳା),୧୦ନଂ ୱାର୍ଡ ପଛୁଆ ବର୍ଗ (ମହିଳା),୧୧ନଂ ୱାର୍ଡ ଅନୁସୂଚିତ ଜାତି,୧୨ନଂ ୱାର୍ଡ ଅଣ ସଂରକ୍ଷିତ,୧୩ନଂ ୱାର୍ଡ ଅନୁସୂଚିତ ଜାତି (ମହିଳା),୧୪ନଂ ୱାର୍ଡ ଅଣ ସଂରକ୍ଷିତ, ୧୫ନଂ ୱାର୍ଡ ଅଣ ସଂରକ୍ଷିତ ପ୍ରାର୍ଥୀଙ୍କ ନିମନ୍ତେ ରହିଛି।ଏହି ସମସ୍ତ ୱାର୍ଡ ରେ ପ୍ରାର୍ଥୀ ଚୟନକୁ ନେଇ ଜୋର ଧରିଥିବା ଜଣାପଡିଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.