ଭଞ୍ଜନଗର,୨୬/୦୩(ପିପିଟି): ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ଗତ ୨୪ତାରିଖରେ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଶନିବାର ଫଳାଫଳ ଘୋଷଣା କରାଯାଇଛି।ଏଥିରେ ବିଜେଡ଼ିର ନଗରପାଳ ସମେତ ସମସ୍ତ ମୋଟ ୧୫ଟି ୱାର୍ଡର କାଉନସିଲର ମାନେ ବିଜୟ ଲାଭ କରିଛନ୍ତି। ବିଜେଡ଼ିର ଅଧ୍ୟକ୍ଷ ପ୍ରାର୍ଥୀ ଭବେ ଗୋପବନ୍ଧୁ ମହାପାତ୍ର ମୋଟ ୯୭୩୦ ଭୋଟ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଶିବ ପ୍ରସାଦ ମହାପାତ୍ର ୧୪୦୨ ଭୋଟ,କଂଗ୍ରେସ ପ୍ରାର୍ଥୀ ବିକ୍ରମ ବିଷୋୟୀ ୩୦୭ ଭୋଟ ଏବଂ ନୋଟାରେ ୧୨୨ ଖଣ୍ଡ ଭୋଟ ପଡ଼ିଥିବା ଜଣାପଡିଛି।ସେଥିମଧ୍ୟରୁ ବିଜେଡ଼ିର ଗୋପବନ୍ଧୁ ମହାପାତ୍ର ୮,୩୨୮ଖଣ୍ଡ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି।ସେହିପରି ୱାର୍ଡ ନଂ ୫,୬,୮,୯,୧୨ ଓ ୧୪ରେ ବିଜେଡ଼ି କାଉନସିଲର ପ୍ରାର୍ଥୀ ଅପ୍ରତିଦ୍ବନ୍ଦୀ ଥିବା ବେଳେ ଅନ୍ୟ ସମସ୍ତ ୱାର୍ଡ ରେ ବିଜେଡ଼ି କାଉନସିଲର ବିଜୟୀ ହୋଇଛନ୍ତି। ୧ନଂ ୱାର୍ଡରେ ଶାନ୍ତିଲତା ଜେନା,୨ନଂ ରେ ପ୍ରଭାସିନୀ ପାଣିଗ୍ରାହୀ,୩ନଂରେ ବାଲାଜୀ ସାହୁ,୪ନଂ ରେ କେ.ସଚିତ ରାଓ,୭ନଂ ରେ ପି. ପ୍ରଶାନ୍ତ କୁମାର ରାଓ,୧୦ନଂ ରେ ଉପେନ୍ଦ୍ର କୁମାର ପ୍ରଧାନ,୧୨ନଂ ରେ ଲଷ୍ମୀ ନାୟକ,୧୩ନଂ ରେ ସଂଯୁକ୍ତା କୁମାରୀ ବେହେରା ଓ ୧୫ନଂ ରେ ଉତ୍ତମ ଦଳ ବେହେରା ନିର୍ବାଚିତ ହୋଇଛନ୍ତି।ଏହି ବିଜୟ ପାଇଁ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସାଂସଦ ପ୍ରତିନିଧି ଦିବାକର ନାୟକ, ଏନଏସି ସଭାପତି ରାଜେନ୍ଦ୍ର ବିଷୋୟୀ,ପୂର୍ବତନ ନଗର ପାଳ ସୁଧୀର ରଞ୍ଜନ ବେହେରା ଓ ଅନ୍ୟମାନେ ସମସ୍ତ ନିର୍ବାଚିତ ପ୍ରାର୍ଥୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )