ଭଞ୍ଜନଗର ଏନ୍ଏସି ଓ ବ୍ଲକରେ ସ୍ମାର୍ଟ କାର୍ଡ଼ ବାଣ୍ଟିଲେ ମନ୍ତ୍ରୀ ଆରୁଖ ।

0 435

ଭଞ୍ଜନଗର,୧୯/୧୨(ପିପିଟି):ଭଞ୍ଜନଗର ଏନଏସିର ୩ଟି ୱାର୍ଡ ଓ ବ୍ଲକର କେତେକ ପଞ୍ଚାୟତରେ ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ଼ ଜଙ୍ଗଲ, ପରିବେଶ, ଜଳବାୟୁ ପରିବର୍ତ୍ତନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ରବିବାର ବଣ୍ଟନ କରିଛନ୍ତି। ସକାଳେ ଏନଏସି ଅନ୍ତର୍ଗତ ଭେଜିପୁଟ ବଡଦାଣ୍ଡ ଠାରେ ମନ୍ତ୍ରୀ ଆରୁଖ ୧୦,୧୧ ଓ ୧୨ନଂ ୱାର୍ଡର ୬ଶହ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ଼ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ସହ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ,ଏନ୍ଏସି ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର, ଶୂଳପାଣି ଶତପଥି,ବିଭିନ୍ନ ୱାର୍ଡ ମେମ୍ବର,ଏନଏସି କର୍ମଚାରୀ ଓ ବିଜୁ ଜନତା ଦଳର ବହୁ କର୍ମୀ ଉପସ୍ଥିତ ଥିଲେ। ଏହାପରେ ଭଞ୍ଜନଗର ବ୍ଲକର ବ୍ରାହ୍ମଣ ପଦର, ଗାଲେରୀ, ବଦାଙ୍ଗୀ,ଦୋ ମୁହାଣୀ, ଲେମ୍ଭେଇ,ତିଳିସିଙ୍ଗି,ବାରୁଡ଼ା ଠାରେ ମଧ୍ୟ ମନ୍ତ୍ରୀ ସ୍ମାର୍ଟ କାର୍ଡ଼ ବଣ୍ଟନ କରିଥିଲେ। ଏଥିରେ ମନ୍ତ୍ରୀଙ୍କ ସହ ବିଡ଼ିଓ ଅନୀଲ କୁମାର ସେଠୀ ଓ ବିଜେଡିର ବହୁ ସରପଞ୍ଚ, ସମିତିସଭ୍ୟ ଓ କର୍ମୀମାନେ ଉପସ୍ଥିତ ଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.