ଭଞ୍ଜନଗରରେ ନାମୀ ଦାମୀ ବ୍ରାଣ୍ଡର ନକଲି ଘିଅ ଓ ତେଲ କାରଖାନା ଠାବ:ପୋଲିସର ତଦନ୍ତ ଜାରି ।

0 425

ଭଞ୍ଜନଗର,୨୭/୦୪(ପିପିଟି); ଭଞ୍ଜନଗର ଲଣ୍ଡେଇ ସାହି ମୁଖ୍ୟ ରାସ୍ତାର ଏସବିଆଇ ଏଟିଏମ ନିକଟରେ ଏକ ନକଲି ଘିଅ ଓ ତେଲ ପ୍ରସ୍ତୁତକାରୀ କାରଖାନା ଗୋପନରେ ଦୀର୍ଘ ଦିନ ହେଲା ଚାଲିଥିବା ଖବର ପାଇ ପୋଲିସ ମଙ୍ଗଳବାର ସନ୍ଧ୍ୟାରେ ଅଚାନକ ସେଠାରେ ଚଢ଼ାଉ କରିଥିଲା।ସେତେବେଳେ ସ୍ଥାନୀୟ ଅଞ୍ଚଳର ବହୁ ଶ୍ରମିକ ନିଜ ନିଜ କାର୍ଯ୍ୟରେ ନିୟୋଜିତ ଥିଲେ। ସେଠରେ ବହୁ ନାମୀ ଦାମୀ କମ୍ପାନୀର ପୂଜା ଘିଅ, ଖାଇବା ଘିଅ, ରାଶି ଓ ନଡ଼ିଆ ତେଲ ବହୁ ପରିମାଣରେ ଗଛିତ ଥିବା ଜଣାପଡିଛି। ବିଭିନ୍ନ ଯନ୍ତ୍ରପାତି ସାହାଯ୍ୟରେ ଏଠାରେ ଅପମିଶ୍ରଣ କରି ନକଲି ଘିଅ ଓ ତେଲ ପ୍ରସ୍ତୁତ କରାଯିବା ସହ ବହୁ ପରିଚିତ କମ୍ପାନୀର ଲେବଲ ମାରି ତାହାକୁ ଛୋଟ ବଡ଼ ପ୍ଲାଷ୍ଟିକ ଓ ଟିଣ ଡ଼ବାରେ ପ୍ୟାକିଙ୍ଗ କରି ବଜାରକୁ ବିକ୍ରୀ ପାଇଁ ଛଡ଼ା ଯାଉଥିଲା।ପୋଲିସ କାରଖାନାର ମାଲିକଙ୍କୁ ଅଟକ ରଖି ତଦନ୍ତ ଚଳାଇଥିବା ଜଣାପଡିଛି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.