ଭଞ୍ଜନଗରରେ ଗଣେଶ ପୂଜା ଧୁମଧାମରେ ପାଳିତ ।

0 323

ଭଞ୍ଜନଗର,୩୧/୦୮(ପିପିଟି): ଦୁଇ ବର୍ଷ ପରେ ଗଣେଶ ଚତୁର୍ଥୀ କୁ ବେଶ ଆନନ୍ଦ ଉଲ୍ଲାସର ସହ ଘରେ ଘରେ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନର ଯୁବଗୋଷ୍ଠୀ ବୁଧବାର ଅଗ୍ରପୂଜ୍ୟ ଗଜାନନଙ୍କୁ ଆବାହନ କରି ପୂଜା କରିଛନ୍ତି।ସକାଳ ସମୟରେ ଛାତ୍ରଛାତ୍ରୀ ମାନେ ନୂତନ ପୋଷାକ ପରିଧାନ କରି ଭୋଗ ସାମଗ୍ରୀ, ଫୁଲ,ଫଳ ଧରି ପୂଜା ମଣ୍ଡପରେ ଭିଡ଼ ଜମେଇଥିଲେ।ଚଳିତ ବର୍ଷ କୌଣସି କଟକଣା ନଥିବାରୁ ସମସ୍ତ ଶିକ୍ଷାନୁଷ୍ଠାନ ସମେତ ବିଭିନ୍ନ ସାହିରେ ସୁଉଚ୍ଚ ତୋରଣ ସାଙ୍ଗକୁ ଆକର୍ଷଣୀୟ ମୂର୍ତ୍ତି ଓ ସୁନ୍ଦର ସାଜସଜ୍ଜା ଦେଖିବାକୁ ମିଳୁଛି।ରଙ୍ଗବେରଙ୍ଗ ଆଲୋକ ମାଳାରେ ସମଗ୍ର ଅଞ୍ଚଳ ଝଲସି ଉଠୁଛି।ସେହିପରି ୟୁନିକ ଡ୍ୟାନ୍ସ ଏକାଡେମୀରେ ଗଣେଶ ପୂଜା ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନର ମୁଖ୍ୟ ଜୟକୃଷ୍ଣ ପଟ୍ଟନାୟକ କର୍ତ୍ତା ଭାବେ ଦାୟିତ୍ୱ ତୁଲାଇଥିବା ବେଳେ ପିଣ୍ଟୁ,ପ୍ରମୋଦ, ନାଲୁ ଓ ଅନ୍ୟ ଛାତ୍ରଛାତ୍ରୀ ମାନେ ସହଯୋଗ କରିଥିଲେ। ମେନ ରୋଡ଼ ରେ ଥିବା ଲଜ ଓମ ଭବନରେ ନବମ ବର୍ଷ ଗଣେଶ ପୂଜା ମହା ସମାରୋହରେ ଅମରେନ୍ଦ୍ର ପଟ୍ଟନାୟକଙ୍କ ସହଯୋଗରେ ପାଳନ କରାଯାଇଛି। ସେହିପରି ୟୁ.ବି ହାଇସ୍କୁଲ, ଡ଼ି.ବି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଶ୍ରୀବତ୍ସ ହାଇସ୍କୁଲ, ସାଇ ଗୁରୁକୂଳ ଆବାସିକ ବିଦ୍ୟାଳୟ,ଡ଼ିଏଭି ପିଟି. ଏସ.ଆର ପବ୍ଲିକ ସ୍କୁଲ, ସରସ୍ୱତୀ ଶିଶୁ ମନ୍ଦିର, ସତ୍ୟ ସାଇ ବିଦ୍ୟା ବିହାର, ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ, ସାବିତ୍ରୀ ମହିଳା ମହାବିଦ୍ୟାଳୟ, ମାଲ ସାହି, ପୁରୁଣା ବଜାର ସାହି, ଭେଜିପୁଟ,ଲଣ୍ଡେଇ ସାହି ଓ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଗଣେଶଙ୍କୁ ପୂଜାର୍ଚ୍ଚନା କରାଯାଇଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.