ଭଗତ ସିଂଙ୍କ ଜୟନ୍ତୀ ଉପଲକ୍ଷେ ରକ୍ତଦାନ ଶିବିର ।

0 228

ମାଲକାନଗିରି,୨୮/୦୯(ପିପିଟି): ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ଆବାହକ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଆହ୍ବାନ କ୍ରମେ ଶହୀଦ ଭଗତ ସିଂଙ୍କ ଜୟନ୍ତୀ ଉପଲକ୍ଷେ ସାରା ଦେଶରେ ଆମ୍ ଆଦମୀ ପାର୍ଟି ତରଫରୁ ରକ୍ତ ଦାନ ଶିବିର ଆୟୋଜନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଓଡିଶା ଆମ ଆଦମୀ ପାର୍ଟି ଆବାହକ ତଥା ସଭାପତି ନିଶିକାନ୍ତ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଓଡିଶାର ପ୍ରତ୍ଯେକ ଜିଲ୍ଲାରେ ଆପ୍ ର କର୍ମକର୍ତ୍ତାମାନେ ରକ୍ତଦାନ ଶିବିର ଆୟୋଜନ କରିଥିଲେ । ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଥିବା ଆମ୍ ଆଦମୀ ପାର୍ଟି କାର୍ଯ୍ୟାଳୟରେ ଭଗତ ସିଂଙ୍କ ପ୍ରତିଛବିରେ କର୍ମକର୍ତ୍ତାମାନେ ମାଲ୍ୟାର୍ପଣ କରିବା ସହ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ସ୍ଥାନୀୟ ରକ୍ତ ଭଣ୍ଡାର କେନ୍ଦ୍ରରେ ମାଲକାନଗିରି ଆପ୍ ର ସଭାପତି କେ. ଦେଶୀ ରାଜୁ ଆଚାରୀଙ୍କ ତ୍ବତ୍ତାବଧାନରେ ଆପ୍ ର କର୍ମୀମାନେ ରକ୍ତ ଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ କିଛି ନୂଆ ସାଥିମାନେ ଆମ ଆଦମୀ ପାର୍ଟି ରେ ସାମିଲ ହୋଇଥିଲେ । ଆଜିର ରକ୍ତଦାନ ଶିବିରରେ ଶୁଶାନ୍ତ କୁମାର ସାମଲ, ତାପତି ବିଶ୍ୱାସ, ରବିନ୍ଦ୍ର ନାଥ ମାଢି, ସମୀର ବୈରାଗୀ, ରାମ ମୂର୍ତ୍ତି ଭାଇ, ଅମ୍ରିତ, କେ. ଶିବ ପ୍ରସାଦ ଅଚାରୀ ଏବଂ ଅନ୍ୟାନ୍ୟ ସକ୍ରିୟ କର୍ମକର୍ତ୍ତାମାନେ ଯୋଗଦେଇ ଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.