ଭକ୍ତଙ୍କ ଭଗବାନ ଜଳାଶୟୀ ନାରାୟଣ ଗୋସାଇଁ : ବର୍ଷକରେ ମାତ୍ର ୩ଦିନ ପାଇଁ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ।

0 256

ଯାଜପୁର,୧୪/୦୪(ପିପିଟି) : ପବିତ୍ର ମହା ବିଷୁବ ସଂକ୍ରାନ୍ତି ଅବସରରେ ଆରମ୍ଭ ହୋଇଛି ଯାଜପୁର ଜିଲ୍ଲାର ପ୍ରସିଦ୍ଧ ସିଂହାପୁର ଯାତ୍ରା । ପରମ୍ପରା ଅନୁଯାୟୀ ପୁଷ୍କରିଣୀରେ ଜଳାଶୟୀ ନାରାୟଣ ଗୋସାଇଁ ଆଜି ଠାରୁ କେବଳ ୩ ଦିନ ପାଇଁ ପାଣିରୁ ବାହାରି ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି । ପ୍ରଭୂ ନାରାୟଣ ଗୋସାଇଁଙ୍କ ଦର୍ଶନ ତଥା ଯାତ୍ରା ବୁଲିବା ପାଇଁ ଆଜି ସକାଳୁ ଏଠାରେ ହଜାର ହଜାର ସଂଖ୍ଯାରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି ଦେଖିବାକୁ ମିଳିଛି। ଯାତ୍ରାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ଯାପକ ବ୍ଯବସ୍ଥା ଗ୍ରହଣ କରାଯାଇଛି ।ଇତିହାସ କହେ ଷୋଡଶ ଶତାବ୍ଦୀରେ ରାଜା ମୁକୁନ୍ଦ ଦେବଙ୍କ ଶାସନ କାଳରେ କଳା ପାହାଡ ଅନେକ ହିନ୍ଦୁ ଦେବା ଦେବୀ ମନ୍ଦିର ଭାଙ୍ଗି ପକାଇଥିଲା । କଳା ପାହାଡ ଆକ୍ରମଣରେ ବର୍ତିଥିଲା ସିଂହାପୁରର ନାରାୟଣ ଗୋସାଇଁଙ୍କ ମନ୍ଦିର । କଳା ପାହାଡ ଆସୁଥିବାର ଖବର ପାଇ ଏଠାକାର ବ୍ରାହ୍ମଣ ମାନେ ନାରାୟଣ ଗୋସାଇଁଙ୍କୁ ନିକଟସ୍ଥ ପୁଷ୍କରିଣୀରେ ଲୁଚାଇ ଦେଇଥିଲେ । ଦ୍ୱାଦଶ ଶତାବ୍ଦୀରେ ର୍ନିମିତ ଏଠାକାର ମନ୍ଦିରକୁ ସଂମ୍ପୁର୍ଣ୍ଣ ଭାଙ୍ଗି ଦେଇ କଳା ପାହାଡ ଚାଲି ଯାଇଥିଲା ।କିମ୍ବଦନ୍ତୀ ଅନୁଯାୟୀ ପ୍ରାୟ ୨୦୦ ବର୍ଷ ପୂର୍ବେ ନିକଟସ୍ଥ ଗଡମଧୁପୁରର ରାଜାଙ୍କୁ ସପ୍ନାଦେଶ ହେବା ପରେ ନୂତନ ମନ୍ଦିର ଗାଢାଯାଇ ନାରାୟଣ ଗୋସାଇଁଙ୍କୁ ପୂଜା କରାଯାଇଆସୁଛି । ପୁର୍ବରୁ ଗୋଟିଏ ଦିନ ପାଇଁ ଠାକୁରଙ୍କୁ ଜଳରୁ ଉଦ୍ଧାର କରି ପୂଜା କରାଯାଉଥିଲା । କିନ୍ତୁ ଏବେ ୩ ଦିନକୁ ବୃଦ୍ଧି କରାଯାଇଛି । ଗତ ୨ବର୍ଷ ହେଲା କରୋନା କଟକଣା ପାଇଁ ଏହି ଯାତ୍ରା ବନ୍ଦ ରହିଥିଲା । ଚଳିତ ବର୍ଷ ଆଡମ୍ବର ସହକାରେ ଯାତ୍ରାକୁ ପାଳନ କରାଯାଉଥିବାରୁ ଏହାକୁ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି ।

ଆଜି ସକାଳୁ ହଜାର ହଜାର ଭକ୍ତଙ୍କ ଗହଣରେ ନାରାୟଣ ଗୋସାଇଁଙ୍କୁ ମଧୁତୀର୍ଥ ପୁଷ୍କରିଣୀରୁ ଉଦ୍ଧାର କରାଯାଇ ନିକଟସ୍ଥ ମନ୍ଦିରରେ ଶୋଡଷ ଉପଚାରରେ ପୂଜା କରାଯାଇଛି । ପୁରୀର ରାଜବଂଶ ପରମ୍ପରା ଭଳି ସକାଳୁ ଗଡମଧୁପୁର ରାଜଜେମା ପୋଖରୀ କୂଳରେ ପୁଷ୍ପାଞ୍ଜଳୀ ଦେଇ ନାରାୟଣ ଗୋସାଇଁଙ୍କୁ ପ୍ରଥମେ ଆବାହନ କରିଥିଲେ । ପରେ ପୂଜକ, ବ୍ରାହ୍ମଣ, ଭକ୍ତ ମାନଙ୍କ ଦ୍ୱାରା ପ୍ରଭୁଙ୍କୁ ଠାବ କରାଯାଇ ପୂର୍ବ ତୁଠକୁ ଅଣାଯାଇଥିଲା । ଆଲଟ, ଚାମର ସହ ଭଜନ କୀର୍ତ୍ତନ, ବାଦ୍ୟ, ଘଣ୍ଟ, ହୁଳହୁଳିରେ ସମଗ୍ର ପରିବେଶ ପ୍ରକମ୍ପିତ ହୋଇ ଉଠିଥିଲା । ନାରାୟଣ ଗୋସାଇଁଙ୍କ ଠାରେ ପଇଡ ଜଳ, ପଞ୍ଚାମୃତ ଅଭିଷେକ କରାଯାଇଥିଲା । ପରେ ପ୍ରଭୁଙ୍କୁ ଜଳ କେଳି କରି ଉତର ପଟ ପାବଛ ଦେଇ ମନ୍ଦିରକୁ ନିଆଯାଇଥିଲା । ଜଳାଶୟୀ ନାରୟଣଙ୍କ ଚଳନ୍ତି ପ୍ରତିମା ଭାବେ ପୂଜିତ ମଦନ ମୋହନ ଓ ଲକ୍ଷ୍ମୀଙ୍କୁ ଏକ ସୁସଜ୍ଜିତ ବିମାନରେ ଅଣାଯାଇ ଭକ୍ତଙ୍କୁ ଦର୍ଶନ ଦିଆଯାଇଥିଲା ।
ଆଜିଠାରୁ ଏହି ଯାତ୍ରା ୩ଦିନ ଧରି ଚାଲିବ । ହଜାର ହଜାର ଜନସାଧାରଣଙ୍କ ସମାଗମକୁ ଆଖିଆଗରେ ରଖି ସ୍ଥାନୀୟ କମିଟି, ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ଯାପକ ସୁରକ୍ଷା ବ୍ଯବସ୍ଥା ଗ୍ରହଣ କରାଯାଇଛି । ଏହି ଅବସରରେ ଧର୍ମଶାଳା। ବିଧାୟକ ପ୍ରଣବ କୁମାର ବଲବନ୍ତ ରାୟ ପ୍ରଭୁ ଦର୍ଶନ କରିଛନ୍ତି । ଏହି ଯାତ୍ରା ୩ଦିନ ଧରି ଚାଲିବ । ହଜାର ହଜାର ଜନସାଧାରଣଙ୍କ ସମାଗମକୁ ଆଖିଆଗରେ ରଖି ସ୍ଥାନୀୟ କମିଟି, ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ଯାପକ ସୁରକ୍ଷା ବ୍ଯବସ୍ଥା ଗ୍ରହଣ କରାଯାଇଛି ।

Leave A Reply

Your email address will not be published.