ବଡ଼ ଧରଣର ଜୁଆ ଅଡ୍ଡା ଉପରେ ଚଢ଼ାଉ;୮ଜୁଆଡ଼ି ଗିରଫ,ଟଙ୍କା ମୋବାଇଲ ଓ ବାଇକ ଜବତ ।

0 451

ଭଞ୍ଜନଗର,୨୪/୦୧(ପିପିଟି): ଭଞ୍ଜନଗର ଥାନା ଅନ୍ତର୍ଗତ ବାଉଁଶଲୁଣ୍ଡି ପେଟ୍ରୋଲ ପମ୍ପ ସାମ୍ନା ଗଳି ଅମର ନଗର ଠାରେ ଏକ ପରିତ୍ୟକ୍ତ ଘରେ ବଡ଼ ଧରଣର ଜୁଆ ଅଡ୍ଡା ଚାଲିଥିବା ଖବର ପାଇ ପୋଲିସ ସୋମବାର ସନ୍ଧ୍ୟା ୬ଟା ସମୟରେ ସେଠାରେ ଅଚାନକ ଚଢ଼ାଉ କରିଥିଲା। ସେଠାରୁ ୮ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟକୁ ନଗଦ ୨ଲକ୍ଷ ୬୪ହଜାର ୪୩୫ଟଙ୍କା,୮ଟି ମୋବାଇଲ ଫୋନ,୩ଟି ବାଇକ ଜବତ କରିଛି। ଗିରଫ ମାନେ ହେଲେ ଭଞ୍ଜନଗର ସୁନାରୀ ସାହିର କାହ୍ନୁ ଚରଣ ମହାରଣା,ଜିଲୁଣ୍ଡି ବଡ଼ ଦାଣ୍ଡ ସାହିର ଦିଲୀପ ପ୍ରଧାନ,କପିଳ ପ୍ରଧାନ,ଚରଣ ପ୍ରଧାନ,ଜିଲୁଣ୍ଡି ଆଡ଼ୁଆ ସାହିର ଟିଟୁ ପ୍ରଧାନ,ଜିଲୁଣ୍ଡି ସାନ ଖଦାଳ ସାହିର ବାବୁଲା ନାୟକ, ଭଞ୍ଜନଗର ସୁବୁଦ୍ଧି ସାହିର ଏମ. ଭାସ୍କର ରାଓ,ବାଉଁଶଲୁଣ୍ଡି ମେନ ରୋଡ଼ର ମନୋରଞ୍ଜନ ପ୍ରଧାନ। ଭଞ୍ଜନଗର ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ ପାଇଁ ଆଗକୁ ମଧ୍ୟ ଏଭଳି ଚଢ଼ାଉ ଜାରି ରହିବ ବୋଲି ଥାନା ଅଧିକାରୀ ଧିରେସ କୁମାର ଦାସ କହିଛନ୍ତି ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.