ବଡ଼ କୋଦଣ୍ଡା ଉଚ୍ଚବିଦ୍ୟାଳୟ ତରଫରୁ ରନ୍ଧାଖାଦ୍ୟ ବଣ୍ଟନ ।

0 263

ଭଞ୍ଜନଗର,୦୯/୦୬(ପିପିଟି); ଲକ୍ ଡ଼ାଉନ୍ ସମୟରେ ବହୁ ଗରୀବ ଅସହାୟ ଭୋକ ଉପାସରେ ଦିନ କାଟୁଥିବା ବେଳେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଭଞ୍ଜନଗର ବ୍ଳକ୍ ବଡ଼ କୋଦଣ୍ଡା ସ୍ଥିତ ଜବାହର ନୋଡ଼ାଲ୍ ଉଚ୍ଚ ବିଦ୍ୟାଳୟ କର୍ତ୍ତୃପକ୍ଷ ପକ୍ଷ ଆଗେଇ ଆସିଛନ୍ତି । ଆଜି ଏହି ବିଦ୍ୟାଳୟ ତରଫରୁ ଚିଦାନନ୍ଦ କୁଷ୍ଠାଶ୍ରମ ଅନ୍ତେବାସୀଙ୍କ ସମେତ ଶତାଧିକ ଗରୀବ ଏବଂ ଅନାଥଙ୍କୁ ଦୁଇ ଦିନ ଧରି ରନ୍ଧା ଖାଦ୍ୟ ସହିତ କିଛି ବାସନକୁସନ ମଧ୍ଯ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀଙ୍କ ସମେତ ଜୁନିୟର୍ ରେଡ଼କ୍ରସ୍,ସ୍କାଉଟ୍ ଏବଂ ଇକୋ କ୍ଳବ୍ ର ଛାତ୍ର ଛାତ୍ରୀମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ‘ଆମେ ଅଛୁ ‘ ଏବଂ ‘ହେଲ୍ପଙ୍ଗ୍ ହ୍ୟାଣ୍ଡ’ ଅନୁଷ୍ଠାନର ସମସ୍ତ ସଦସ୍ୟ ଉପସ୍ଥିତ ଥିଲାବେଳେ ସମାଜସେବୀ ଶୂଳପାଣି ଶତପଥୀ, ଅବସରପ୍ରାପ୍ତ ସହ ଗୋଷ୍ଠୀ ଶିକ୍ଷାଅଧିକାରୀ ଜଗବନ୍ଧୁ ଜେନା, ପଞ୍ଚାନନ ପାଳ, ଜଗଦୀଶ ପାଣିଗ୍ରାହୀଙ୍କ ପରାମର୍ଶ କ୍ରମେ ହିତାଧିକାରୀଙ୍କ ନିକଟକୁ ଯାଇ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ରାମ ପ୍ରସାଦ ମିଶ୍ର, ମନୋରଞ୍ଜନ ପଣ୍ଡା, ସାଜନ ସ୍ୱାଇଁ, ବରିଷ୍ଠ ଶିକ୍ଷକ ଗଣେଶ ଚନ୍ଦ୍ର ପଣ୍ଡା, ନୀଳାଞ୍ଚଳ ପ୍ରଧାନ,ରଶ୍ମିତା ସାହୁ, ରାଜଲକ୍ଷ୍ମୀ ସାହୁ, ସୁଜାତା ଦାସ, ଶରତ ଚନ୍ଦ୍ର ବେହେରା, ବାଳକୃଷ୍ଣ ପାତ୍ର, ରାଜଶ୍ରୀ ପଟ୍ଟନାୟକ, ଜସ୍ମୀନ ପଟ୍ଟନାୟକ,ନିର୍ମଳ ସ୍ଵାଇଁ, ବାହନ ପାତ୍ର, ସୁରଭି କୁସୁମଲତାଙ୍କ ସମେତ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ଜେନା ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.