ବଡ଼ପଡ଼ା ପଞ୍ଚାୟତରେ ଋଣମେଳା ।

0 249

ବେଲଗୁଣ୍ଠା,୧୬/୦୮ (ସୁଶାନ୍ତ କୁମାର ବେହେରା)ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ବଡ଼ପଡ଼ା ପଞ୍ଚାୟତର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ବ୍ଳକ୍ ମିଶନ୍ ଶକ୍ତି ଏବଂ ଜୀବିକା ମିଶନ୍ ଆନୁକୂଲ୍ୟରେ ଏକ ବ୍ୟାଙ୍କ୍ ଋଣ ମେଳା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୂଷଣ ମହାପାତ୍ର ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଗାୟତ୍ରୀ ମିଶ୍ର ଏବଂ ବ୍ଳକ୍ ମିଶନ୍ ଶକ୍ତି ସଂଯୋଜିକା ମିଲିମା କୁମାରୀ ପଣ୍ଡା ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ମିଶନ୍ ଶକ୍ତି ବିପିସି ପ୍ରଶାନ୍ତ କୁମାର ନାଇକ, ବିପିଏମ୍ ଚନ୍ଦନ କୁମାର ରାଉତ,ଓଏଲ୍ଏମ୍ ଶ୍ରୀୟଙ୍କା ପରିଡ଼ା ପ୍ରମୁଖ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ୱୟଂ ସହାୟକ ଦଳର ୧୧୦ ଜଣ ସଭ୍ୟା ଯୋଗ ଦେଇଥିବା ବେଳେ ବିଭିନ୍ନ ବ୍ୟାଙ୍କ୍ ଶାଖା ତରଫରୁ ସେମାନଙ୍କୁ ୧,୩୫,୧୫,୦୦୦ ଟଙ୍କା ଋଣ ପ୍ରଦାନ କରାଯାଇଥିଲା । ସମସ୍ତ ଋଣ ଗ୍ରହୀତାଙ୍କୁ ଏହି ଟଙ୍କାକୁ ସଦ୍ ବିନିଯୋଗ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.