ବୋଲଗଡ଼,୦୩/୦୬(ପିପିଟି): ଦିନକୁ ଦିନ ବର୍ଦ୍ଧିତ ବିଜୁଳି ଦର ଓ ସରକାରଙ୍କ କମ୍ପାନୀ ପ୍ରିତୀ ରେ ଅତିଷ୍ଠ ହେଉଛନ୍ତି ଜନସାଧାରଣ । ଏହି ଅସନ୍ତୋଷକୁ ଆୟୁଧ କରି ରାଜ୍ୟର ତୃଣମୂଳ ସ୍ତରରେ ପହଞ୍ଚିବାକୁ ଚେଷ୍ଟା କରୁଛି ଅରବିନ୍ଦ କେଜରିୱାଲଙ୍କ ଆମ୍ ଆଦମି ପାର୍ଟି ଏହି କ୍ରମରେ ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ କଡ଼ବ ଗ୍ରାମ ପଞ୍ଚାୟତ ମସଜିଦ ପ୍ରାଙ୍ଗଣ ରେ ଯୁବ ନେତା ଏସକେ ଇସାବୁଲ୍ ତରଫ୍ଦାରଙ୍କ ଆବାହକତ୍ବରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ସଭାରେ ନିମନ୍ତ୍ରିତ ଅତିଥି ଶିଳ୍ପୀ କଳ୍ପତରୁ ପଣ୍ଡା ଉଦବୋଧନ ଭାଷଣ ପରେ ବରିଷ୍ଠ ନାଗରିକ ଏସକେ ସୟଦ ତରଫ୍ଦାର୍ ଉତ୍କଟ ବେରୋଜଗାରୀ ସମସ୍ୟା ଓ ତାର ସମାଧାନ କ୍ଷେତ୍ରରେ ଆମ୍ ଆଦମି ପାର୍ଟିର ଆଭିମୁଖ୍ୟ ସମ୍ପର୍କରେ ପ୍ରଶ୍ନ କରିଥିଲେ ଏହାର ଉତ୍ତର ରଖି ଖୋର୍ଦ୍ଧା ଜିଲ୍ଲା ସଭାପତି ତଥା ମୁଖ୍ୟ ଅତିଥି ଶୁଭାଶିଷ ସ୍ୱାଇଁ ପାର୍ଟିର ବିଭିନ୍ନ ଜନ ମଙ୍ଗଳ କାରୀ ଯୋଜନା ଓ ତାର ସଫଳ ଋପାୟନ ସମ୍ପର୍କରେ ସୁଚନା ଦେଇ ସମସ୍ତଙ୍କୁ ଚମତ୍କୃତ କରିଥିଲେ ଏହୀ ଅବସରରେ ପାର୍ଟି ର ସ୍ବଚ୍ଛ ଶାସନ ତଥା ଅରବିନ୍ଦ କେଜରିୱାଲଜିଙ୍କ ନେତୃତ୍ବରେ ଆକୃଷ୍ଟ ହୋଇ ଅସରଳା ଗ୍ରାମ ପଞ୍ଚାୟତ ର ବୋଲଗଡ଼ ବ୍ଲକ୍ ବିଜେପି ଯୁବ ସମ୍ପାଦକ ଅକ୍ଷୟ ବଳିୟାରସିଂହ ନିଜ ସମର୍ଥକ ମାନଙ୍କ ସହ ଆମ୍ ଆଦମି ପାର୍ଟିରେ ଯୋଗ ଦେଇ ଥିଲେ। ଉକ୍ତ ସଭାରେ ଅନୁଜ ସାହୁ,ଏସକେ ମୌଲା ତରଫ୍ଦାର୍, ଏସକେ ମୋଇସିନ୍ ତରଫଦାର୍ ପ୍ରମୁଖ ନିଜ ନିଜ ବକ୍ତବ୍ୟ ରଖି ଥିଲେ। ଶେଷରେ ବରିଷ୍ଠ ନାଗରିକ ଏସକେ ଇସାକ୍ ତରଫଦାର୍ ଧନ୍ୟବାଦ ଅର୍ପଣ ପରେ ସଭାପତି ସଭା ସାଙ୍ଗ କରିଥିଲେ
(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ। )