ପୋଲସରା,୧୨/୦୭(ପିପିଟି): ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅଧୀନ କଲେଜ ସାହିର ଏକ ଘରୁ ଜଣେ ଯୁବକ ର ଝୁଲନ୍ତା ମୃତଦେହ କୁ ବୁଧବାର ଉଦ୍ଧାର କରିଛି ପୋଲିସ|ମୃତକ ଜଣକ ହେଲେ ବ୍ୟାଙ୍କ ଅଫ ଇଣ୍ଡିଆ ପୋଲସରା ଶାଖା ରେ କାର୍ଯ୍ୟରତ ଥିବା ପିଓ ସୁଧାଂଶୁ ଶୁଭଙ୍କର ଦାସ । ସୁଧାଂଶୁ ସବୁଦିନ ପରି ଖାଇସାରି ରାତିରେ ଶୋଇଥିଲେ । ସକାଳୁ ସୁଧାଂଶୁ ଭଡାଘରେ ରହୁଥିବା ଘର ର ଗ୍ରିଲ ଖୋଲି ନଥିଲା ।ଲୋକଙ୍କ ସନ୍ଦେହ ହୋଇଥିଲା, ସମ୍ପୃକ୍ତ ବ୍ୟାଙ୍କରେ ବ୍ୟାଙ୍କମିତ୍ର ଭାବେ କାମକରୁଥିବା ପୁଷ୍ପାଞ୍ଜଳି ଦାସ ସକାଳୁ ଫୋନ କରିଥିଲେ ସେ ଫୋନ ନ ଉଠାଇବାରୁ ସୁଧାଂଶୁ ଙ୍କ ଘରନିକଟକୁ ଆସିଦେଖନ୍ତି ଘର ଖୋଲା ନଥିଲା ବାଧ୍ୟ ହୋଲ ସେ କବାଟ ଭାଙ୍ଗି ଭିତରକୁ ଯାଇଥିଲେ ଝୁଲନ୍ତା ଅବସ୍ଥା ରେ ଥିବା ଦେଖିଥିଲେ । ଏହି କଥା ପ୍ରଘଟ ହୋଇଥିଲା, ବ୍ୟାଙ୍କ କର୍ତୃପକ୍ଷ ଥାନାକୁ ଖବରଦେଇଥିଲେ ।ପୋଲିସ ଖବରପାଇ ଘଟଣା ସ୍ଥଳରେ ପହଂଚି ଶବକୁ ଜବତ କରିବାସହିତ ତଦନ୍ତ ଚଳାଇଛି ।ମୃତକ ଙ୍କ ବାପା ଗଗନ କୁମାର ଦାସ ପୁଅର ସନ୍ଦେହ ଜନକ ମୃତ୍ୟୁକୁ ନେଇ ପୋଲସରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।ପୋଲିସ ଅଭିଯୋଗ କାରୀଙ୍କ ଏତଲାକ୍ରମେ ହତ୍ୟା ମାମଲା ରୁଜୁକରି କେଶନମ୍ବର ୪୦୬/୨୩ରେ ରୁଜୁ କରି ତଦନ୍ତ ଚଳାଇଛି ଏବଂ ଶବ ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ପଠାଯାଇଛି ।
ରିପୋର୍ଟ -ସନ୍ତୋଷ କୁମାର ପଣ୍ଡା