ବ୍ଲକ ସ୍ତରୀୟ ଶିକ୍ଷା ବ୍ୟବସ୍ଥା ଓ ୫ଟି କାର୍ଯ୍ୟ ସମୀକ୍ଷା ବୈଠକ ଅନୁଷ୍ଠିତ ।

0 3

ମାଲକାନଗିରି,୧୯/୦୯(ପିପିଟି): କୁଡୁମୁଲୁଗୁମ୍ମା ସ୍ଥିତ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ବୈଠକ ଗୃହରେ ଏକ ବ୍ଲକ ସ୍ତରୀୟ ଶିକ୍ଷା ବ୍ୟବସ୍ଥାର ଅନୁଧ୍ୟାନ ସହ ୫ଟି କାର୍ଯ୍ୟ ଗୁଡ଼ିକର ଅଗ୍ରଗତି ସଂପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ କୁଡୁମୁଲୁଗୁମ୍ମା ବ୍ଲକ ଶିକ୍ଷାଧିକାରୀ ସୁଶ୍ରୀ ଗାୟତ୍ରୀ ଦେବୀ ଅଧ୍ୟକ୍ଷତା କରିଥିଲା ବେଳେ ଚିତ୍ରକୋଣ୍ଡା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଘୁନାଥ ମୁଣ୍ଡାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ଗଣ୍ଡ, ଗୁଣ୍ଡୁରିଗୁଡା ଆଦର୍ଶ ବିଦ୍ୟାଳୟର ଅଧ୍ଯକ୍ଷ ମହେଶ୍ୱର ସାହୁ, ସହକାରୀ ବ୍ଲକ ଶିକ୍ଷାଧିକାରୀ କୃପାସିନ୍ଧୁ ଆମ୍ବାଗୁଡିଆଙ୍କ ସହ ୧୪ ଗୋଟି କ୍ଲଷ୍ଟର ର ସି.ଆର.ସି.ସି ପ୍ରମୁଖ ଯୋଗ ଦେଇଥିଲେ । ଏହି ସମୀକ୍ଷା ବୈଠକକୁ କୁଡୁମୁଲୁଗୁମ୍ମା ସହକାରୀ ଶିକ୍ଷାଧିକାରୀ ତଥା ବ୍ଲକ ଶିକ୍ଷା ସ°ଯୋଜକ ଅଞ୍ଜନ କୁମାର ଚୈଧୁରୀ ପରିଚାଳନା କରିଥିବା ଜଣାପଡିଛି । ଏହି ବୈଠକରେ ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗ ତରଫରୁ ନବିକରଣ ଯୋଗ୍ୟ ବିବେଚିତ ୫ଟି ବିଦ୍ୟାଳୟ ଗୁଡ଼ିକର ସୁପରିଚାଳନା, ରକ୍ଷଣାବେକ୍ଷଣ, ଶିକ୍ଷାର ମାନବୃଦ୍ଧି ଉପରେ ଗୁରୁତ୍ଵ ପ୍ରଦାନ ଓ ମୋ ସ୍କୁଲ ଅଭିଯାନ ମାଧ୍ୟମରେ ଆବଶ୍ୟକ ପାଣ୍ଠିର ବ୍ୟବସ୍ଥା ସମ୍ପର୍କରେ ଚିତ୍ରକୋଣ୍ଡା ବିଡ଼ିଓ ଶ୍ରୀ ମୁଣ୍ଡାରୀ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋକପାତ କରିଥିଲେ । ଏତଦ୍ ବ୍ୟତୀତ ବାଣିଶ୍ରୀ ଯୋଜନା, ବିଦ୍ୟାଳୟର ମରାମତି,ପାଇପ୍ ପାଣିର ବ୍ୟବସ୍ଥା, ବିଦ୍ୟାଳୟ ପରିସରରେ ସବୁଜ ବଳୟ ସୃଷ୍ଟି ସହ, ବିଦ୍ୟାଳୟ ପରିବେଶ ଭିତରେ ସ୍ୱଛତା ଅବଲମ୍ବନ କରିବା ଭଳି କାର୍ଯ୍ୟ ଗୁଡ଼ିକୁ ତୁରନ୍ତ ପ୍ରାଥମିକତା ଦେଇ ୫ଟି ନିର୍ମାଣ କାର୍ଯ୍ୟକୁ ଯଥା ସମୟ ମଧ୍ୟରେ ସମ୍ପନ୍ନ କରି ୫ଟି ଅନ୍ତର୍ଗତ ସମ୍ପୁର୍ଣ୍ଣ ରୁପାନ୍ତର କାର୍ଯ୍ୟକୁ ସାକାର କରିବା ପାଇଁ ବି.ଇ.ଓ ସୁଶ୍ରୀ ଗାୟତ୍ରୀ ଦେବୀ ଅନୁରୋଧ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ସହକାରୀ ବ୍ଲକ ଶିକ୍ଷାଧିକାରୀ ଶ୍ରୀ ଚୈଧୁରୀ ସମସ୍ତ ଅତିଥିମାନଙ୍କୁ ଧନ୍ୟବାଦ ଦେବା ସହ ଉକ୍ତ କାର୍ଯ୍ୟ ଗୁଡ଼ିକର ସଠିକ କାର୍ଯ୍ୟକାରିତା ସମ୍ବନ୍ଧରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.