ମାଲକାନଗିରି,୧୧/୦୧(ପିପିଟି): ଚିତ୍ରକୋଣ୍ଡାରେ ବ୍ଲକ ସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ ପାଳିତ ହୋଇଯାଇଛି। ଆଜି ଚିତ୍ରକୋଣ୍ଡା ସହରରେ ବିଶାଳ କଳସ ଯାତ୍ରାରେ ଜିଲ୍ଲା ପରିଷଦ ଅଧ୍ଯକ୍ଷା ସମାରୀ ତାଙ୍ଗୁଲୁ, ଚିତ୍ରକୋଣ୍ଡା ବ୍ଲକ ଅଧ୍ଯକ୍ଷା ସୁଶ୍ରୀ ରାଜେଶ୍ୱରୀ ଖିଲ ଓ ଜିଲ୍ଲା ପରଷଦ ସଭ୍ୟା ଵିନତୀ ଖିଲ ଯୋଗଦେଇଥିଲେ । ଏହି ଶୋଭାଯାତ୍ରାରେ ଘୋଡାର ବ୍ଯବହାର ଏକ ପ୍ରକାର ଶୋଭା ବର୍ଦ୍ଧନ କି ଦର୍ଶକମାନଙ୍କ ମନରେ ଆନନ୍ଦ ଭାବବେଗ ଭରି ଦେଇଥିଲା । ଆଦିବାସୀଙ୍କ ପାରମ୍ପରିକ ଢେମସା ନୃତ୍ୟରେ ଝୁମିଲେ ଚିତ୍ରକୋଣ୍ଡା ବିଧାୟକ,ବିଡ଼ିଓ ତହସିଲଦାର ପ୍ରଶାସନିକ ଅଧିକାରୀ,ପଞ୍ଚାୟତ ପ୍ରତିନିଧି ଓ ଦର୍ଶକ । ଆଜି ଚିତ୍ରକୋଣ୍ଡା ମାଲ୍ୟବନ୍ତ ମହୋତ୍ସବ ଚିତ୍ରକୋଣ୍ଡା ବ୍ଲକ ଅଧ୍ଯକ୍ଷା ସୁଶ୍ରୀ ରାଜେଶ୍ୱରୀ ଖିଲ ଓ ବିଡ଼ିଓ ରଘୁନାଥ ମୁଣ୍ଡାରୀଙ୍କ ନେତୃତ୍ୱରେ ରୀତିନୀତି ଅନୁଯାଇ ଚିତ୍ରକୋଣ୍ଡା ଦୁର୍ଗା ମନ୍ଦିର ପୀଠ ସିଲେରୁ ନଦୀ କୂଳରୁ ପାରମ୍ପରିକ ପୂଜାଵିଧି ସହିତ କଳସ ଉଠାଇ ମୁଖ୍ୟ ଅତିଥି ଚିତ୍ରକୋଣ୍ଡା ବିଧାୟକ ପୂର୍ଣଚନ୍ଦ୍ର ବାକା ଯୋଗ ଦେଇଥିଲେ । ସମ୍ମନିତ ଅତିଥି ଜିଲ୍ଲା ପରିଷଦ ଅଧ୍ଯକ୍ଷା ସମାରୀ ତାଙ୍ଗୁଲ ଓ ଚିତ୍ରକୋଣ୍ଡା ତହସିଲଦାର ଟି. ପଦ୍ମନାଭ ଦୋରାଙ୍କ ସମେତ ଦୁଇ ହଜାରରୁ ଉର୍ଦ୍ଧ୍ବ ସ୍ୱୟଂ ସହାୟକ ଗୋଷ୍ଠୀର ବିଶାଳ ଶୋଭା ଯାତ୍ରାରେ ଚିତ୍ରକୋଣ୍ଡା ସହର ତଥା କଲୋନୀ ପରିକ୍ରମା କରିଥିଲେ । ଆଜି ସନ୍ଧ୍ୟା ଠାରୁ ଚିତ୍ରକୋଣ୍ଡା ମିନି ଷ୍ଟାଡିଅମ ପଡ଼ିଆରେ ମହାଡ଼ମ୍ବରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି ।
(ରିପୋର୍ଟ :ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)