ବ୍ଲକ ସ୍ତରୀୟ ଧାନ ମଣ୍ଡି ଆରମ୍ଭ,ଚାଷୀ ଉଚିତ ଦରରେ ଧାନର ମୂଲ୍ୟ ପାଇବେ ବୋଲି ଆଶାବାଦୀ ।

0 340

ରାୟଗଡା, ୨୭/୧୧(ପିପିଟି); ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ସଦର ମହକୁମା ଚାକୁଣ୍ଡା ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ବ୍ଲକ ସ୍ତରୀୟ ଧାନ ମଣ୍ଡି ଆରମ୍ଭ ହୋଇଛି। ରାମନାଗୁଡାର ବିଭିନ୍ନ ସ୍ଥାନ ଯଥା ଶୁକ୍ରବାର ଚାକୁଣ୍ଡା ଠାରେ, ସୋମବାର ଉକାମ୍ବା ଠାରେ,ମଙ୍ଗଳବାର ଗୁମୁଡ଼ାରେ,ଏବଂ
ବୁଧବାର ଦିନ କୁଜେନ୍ଦ୍ରୀ ଠାରେ ମଣ୍ଡି ଦ୍ୱାରା ଚାଷୀଙ୍କ ଧାନ କ୍ରୟ କରାଯିବ ବୋଲି ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକ
ବିଶିକେଶନ ରଥ ପ୍ରକାଶ କରିଛନ୍ତି। ଏହି ସବୁ ଧାନ ମଣ୍ଡି ଗୁଡିକ ନିୟନ୍ତ୍ରିତ ବଜାର କମିଟି ର ବଜାର ଗୃହଠାରେ
କିଣାଯିବ। ଏହି ସବୁ କ୍ରୟ କେନ୍ଦ୍ର ଗୁଡ଼ିକରେ ନିର୍ଦ୍ଧାରିତ ଚାଷୀଙ୍କ ନିମନ୍ତେ ପ୍ରଯୁଜ୍ୟ ଅର୍ଥାତ ଯେଉଁ ଚାଷୀ ପଞ୍ଜିକରଣ କରି ଟୋକେନ ପାଇଥିବେ ସେମାନେ କୋଭିଡ-୧୯ ର ନିୟମ ମାନି ଧାନ ବିକ୍ରି କରିବେ। ନିୟନ୍ତ୍ରିତ ବଜାର କମିଟି ତରଫରୁ ସମସ୍ତ ଚାଷୀଙ୍କୁ ଶୁଖିଲା ଏବଂ ପରିଷ୍କାର ଧାନ କିଣିବାକୁ କୁହାଯାଇଛି।ଏଫଏକ୍ଯୁ ଧାନର ସାହାୟକ ମୁଲ୍ୟ କ୍ୱିଣ୍ଟାଲ ପ୍ରତି ୧୮୬୮ଟଙ୍କା ଥିବାବେଳେ ଗ୍ରେଡ-ଏ ଧାନ ୧୮୮୮ ଟଙ୍କା ରଖାଯାଇଛି। ଧାନ ବିକ୍ରି କରିବାର ୨୪ ରୁ ୪୮ ଘଣ୍ଟା ମଧ୍ୟରେ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ କୁ ପ୍ରାପ୍ୟ ପଠାଯିବାକୁ ବ୍ୟବସ୍ଥା ହୋଇଛି। ଆଜିର ଏହି ଧାନ ମଣ୍ଡି ଉଦଘାଟନରେ ରାମନାଗୁଡା ତହସିଲଦାର ଜୟଶ୍ରୀ ମଲ୍ଲିକ ଉଦଘାଟନ କରିଥିବା ବେଳେ ସହ ପ୍ରବନ୍ଧକ ଥିଓପିଲ ଶବର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅଗ୍ରଣୀ ଚାଷୀ ଵାଲାଜୀ ଚୌଧୁରୀ, ରଂଜନ ନାୟକ ବେହେରା, ହେମାରାଓ କଂସ ବେହେରା ପ୍ରଭୃତି ଯୋଗ ଦେଇଥିଲେ।ବ୍ଲକର ସମସ୍ତ ମିଲ ମାଲିକ ମାନେ ଯୋଗ ଦେଇଥିଲେ।

(ରିପୋର୍ଟ- ନବୀନ ଚନ୍ଦ୍ର ନାୟକ ବେହେରା। )

Leave A Reply

Your email address will not be published.