ବ୍ରେନ ମ୍ୟାଲେରିଆରେ ବନପାଳଙ୍କ ଅକାଳ ବିୟୋଗ ।

0 282

ବାଲିଗୁଡା,୦୧/୦୬(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନା ତେନ୍ତୁଳିଗଡ଼ ଗ୍ରାମର ବନପାଳ ରଙ୍କନିଧି ନାୟକ(୪୬)ଙ୍କ ସୋମବାର ଅପରାହ୍ନରେ ବ୍ରେନ ମ୍ୟାଲେରିଆରେ ଅକାଳ ବିୟୋଗ ଘଟିଛି। ସେ ଫିରିଙ୍ଗଆ ରେଞ୍ଜର ନୂଆପଦର ସେକ୍ସନରେ ବନପାଳ ରୂପେ କାର୍ଯ୍ୟ କରୁଥିଲେ।ଗତବର୍ଷ ବନରକ୍ଷୀ ରୁ ବନପାଳ ଭାବେ ପ୍ରମୋସନ ପାଇ ଜି.ଉଦୟଗିରି ବନପାଳ ପ୍ରଶିକ୍ଷଣ ଶିବିରରେ ତାଲିମ ନେଇଥିଲେ। ହେଲେ ଗତ କିଛିଦିନ ହେବ ସେ ଅସୁସ୍ଥ ଥିଲେ । ଶରୀର ଅଧିକ ଅସୁସ୍ଥ ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପରିବାର ଲୋକେ ଭର୍ତ୍ତି କରିଥିଲେ । ତାଙ୍କର ଅକ୍ସିଜେନ ଲେବଲ ୪୫% ଥିଲା । ସୋମବାର ସକାଳେ ୩୯%କୁ ଖସି ଆସିଥିଲା । ଯାହାଫଳରେ ଡାକ୍ତର ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ। ଅଧା ବାଟ କେରେଡି ଗ୍ରାମ ଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ସେ ଜଣେ ଭଦ୍ର, ମେଳାପୀ ପରୋପକାରୀ, ମିଷ୍ଟଭାଷୀ ଓ ସଚ୍ଚୋଟ ଵ୍ୟକ୍ତି ଥିଲେ।ତାଙ୍କ ନିଜ ଗ୍ରାମ ଶ୍ମଶାନରେ ଶେଷ କୃତ୍ୟ କରାଯାଇଥିଲା । ତାଙ୍କର ବିୟୋଗରେ ସ୍ଥାନୀୟ ଅଞ୍ଚଳ ସମେତ ସମଗ୍ର ବନବିଭାଗରେ ଶୋକର ଛାୟା ଖେଳିଯାଇଛି।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.