ବ୍ରହ୍ମପୁର ସହରରେ ଥିବା ମହା ପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ସମ୍ପୂର୍ଣ୍ଣ ମରାମତି ଏବଂ ରକ୍ଷଣାବେକ୍ଷଣ ଦାୟିତ୍ଵ ସଠିକ୍ ଭାବେ କରିବା ପାଇଁ ନଗର କଂଗ୍ରେସ ତରଫରୁ ଦାବି ପତ୍ର ପ୍ରଦାନ ।

0 2,849

ବ୍ରହ୍ମପୁର,୧୧/୦୮(ପିପିଟି);ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ଜେନା ତଥା ଅଖିଳ ଭାରତୀୟ କିଷାନ କଂଗ୍ରେସର ଯୁଗ୍ମ ସଂଯୋଜକ ରଶ୍ମି ରଞ୍ଜନ ପଟ୍ଟନାୟକ ମିଳିତ ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ନଗର କଂଗ୍ରେସ ପକ୍ଷରୁ ସଭାପତି ସୁଜୟ କୁମାର ଆଚାର୍ଯ୍ୟଙ୍କ ନେତୃତ୍ୱରେ ବୁଧବାର ସକାଳ ଘ୧୧.୦୦ମି ସମୟରେ ଦଳର ବହୁ କର୍ମୀ,ନେତା ସ୍ଥାନୀୟ ବାପୁଜୀ ଆଶ୍ରମ ଠାରୁ ଏକ ରାଲିରେ ବାହାରି ବ୍ରହ୍ମପୁର ନଗର ନିଗମ କାର୍ଯ୍ୟାଳୟ ଯାଏଁ ଯାଇ ସେଠାରେ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ନଗର ନିଗମର ଆୟୁକ୍ତଙ୍କ ଅନୁପସ୍ଥିରେ ନଗର ନିଗମର ଉପାୟୁକ୍ତଙ୍କୁ ପୌର ପ୍ରଶାସକଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦେଇଥିଲେ । ଆଜିର କାର୍ଯ୍ୟକ୍ରମର ମୁଖ୍ୟ ପ୍ରସଙ୍ଗ ପ୍ରକାରେ ସହରରେ ଥିବା ସବୁ ମହିୟସୀ ମହିଳା ତଥା ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ଗୁଡ଼ାକର ତୁରନ୍ତ ସମ୍ପୂର୍ଣ ମରାମତି/ପୁନରୁଦ୍ଧାର ତଥା ବର୍ଷ ତମାମ ସେଗୁଡାକର ଠିକରେ ରକ୍ଷଣାବେକ୍ଷଣ ସାଙ୍ଗକୁ ଫାଷ୍ଟ ଗେଟ ଠାରେ ପୂର୍ବରୁ ସ୍ଥାପିତ ହୋଇଥିବା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ପୁନଃସ୍ଥାପନ କରିବା ପାଇଁ ଦାବି କରିଥିଲେ । ଆଗାମୀ ୪୫ ଗୋଟି ସରକାରୀ କାର୍ଯ୍ୟ ଦିବସ ମଧ୍ୟରେ ଏହା ନକରିଲେ କଂଗ୍ରେସ ଦଳ ରାଜ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ ସାଙ୍ଗକୁ ନିଜେ ସମସ୍ତ କାର୍ଯ୍ୟ କରିବ ବୋଲି ଦଳ ପକ୍ଷରୁ ଆଜି ଚେତାବନୀ ମଧ୍ୟ ଦିଆଯାଇଥିଲା ।

(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.