ହିଞ୍ଜିଳିକାଟୁ,ତା-୧୦/୧୦(ପିପିଟି) ; ବ୍ରହ୍ମପୁର ସହର ରଙ୍ଗେଇଲୁଣ୍ଡା ଠାରେ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ବିଭିନ୍ନ ରାଜନୈତିକ ଦଳ, ଫୋରମ, ଜନସାଧାରଣଙ୍କ ତରଫରୁ କ୍ରମାଗତ ଭାବେ ଦାବି ହୋଇ ଆସୁଅଛି। ୧୯୩୦ ମସିହା୨ୟ ବିଶ୍ୱ ଯୁଦ୍ଧ ସମୟରେ ବ୍ରହ୍ମପୁର ସହର ରଙ୍ଗେଇଲୁଣ୍ଡା ଠାରେ ଏଆରଷ୍ଟ୍ରିପ ନିର୍ମାଣ କରାଯାଇଥିଲା ଓ ବେଳେ ବେଳେ ଛୋଟ ବିମାନ ଏଠାରେ ଅବତରଣ କରୁଥିଲା, ନାଗରିକ ବିଭାଗ ଓ କେନ୍ଦ୍ର ସରକାରଙ୍କ ତରଫରୁ ୨୦୧୫ ମସିହାରେ ଦେଶରେ ୪୨ଟି କମ ବ୍ୟୟରେ ବିମାନ ବନ୍ଦର ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା ଓ ସେଥିରେ ବ୍ରହ୍ମପୁର ମଧ୍ୟ ସ୍ଥାନ ପାଇଥିଲା। ପ୍ରକାଶଥାଉକି ସର୍ଭେ କାମ ଶେଷ ହୋଇଯାଇଛି । ବିମାନ ବନ୍ଦରର ରନୱେ ୧୮ଶହ ମିଟର ବଦଳରେ ୧୫ଶହ ମିଟର ହେବ , ଏଥିପାଇଁ ଅଧିକ ୬୦ ଏକର ଜାଗା ଅଧିଗ୍ରହଣ କରିବା ନିମନ୍ତେ ବିଶେଷ୍ୟଜ୍ଞ ପ୍ରସ୍ତାବ ଦେଇଛନ୍ତି। ମାନ୍ୟବର ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାବୁ ଗତ ୨୦୧୬ ମସିହାରେ ଶୁଭ ଦେଇଥିବା ଜଣାଯାଇଛି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନାଗରିକ ଓ ବେସାମରିକ ମନ୍ତ୍ରୀ ହରଦୀପ୍ ସିଂ ଙ୍କୁ ଚିଠି ଦ୍ୱାରା ଜଣାଇଥିଲେ। ବ୍ରହ୍ମପୁର ସହର ଦକ୍ଷିଣ ଓଡ଼ିଶାର ପ୍ରାଣ କେନ୍ଦ୍ର ଓ ବାଣିଜ୍ୟକ କେନ୍ଦ୍ର ପ୍ରବେଶ ଦ୍ୱାର ଅଟେ। ଏଠାରେ ବିଭିନ୍ନ ଶିକ୍ଷାନୁଷ୍ଠାନ, ସ୍ବାସ୍ଥ୍ୟ ସେବା ଅନୁଷ୍ଠାନ, ଗୋପାଳପୁର ବନ୍ଦର, ଟାଟା ଏସ ଇ ଜେଡ ଜୋନ୍ , ସରଫ ଜୋନ୍ ଇତ୍ୟାତି ଜୋନ୍ , କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠାନ, ହସ୍ତତନ୍ତ ଶିଳ୍ପ, ଆର୍ମି ଏୟାର ଡ଼ିଫେନସ କଲେଜ , ବିରଳ ମୂର୍ତ୍ତିକା ଲିମିଟେଡ଼ ,ଏସିଆର ସର୍ବବୃହତମ ହ୍ରଦ ଚିଲିକା ଏବଂ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଆଖପାଖରେ ଘେରି ହୋଇ ରହିଛି । ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଦ୍ୱାରା ଅନୁସନ୍ଧାନ ଅନୁଯାଇ ସେଠାର ଜଣ ସାଧାରଣ ପ୍ରାୟ ୪୦ ପ୍ରତିଶତ ଭୁବନେଶ୍ୱର ବିମାନ ବନ୍ଦର ଓ ୨୫ ପ୍ରତିଶତ ବିଶାଖାପାଟଣା ବିମାନ ବନ୍ଦର ମଧ୍ୟରେ ଯାତ୍ରା କରୁଛନ୍ତି। ପ୍ରକାଶ ଥାଉକି ରାଉରକେଲା ଓ ଝାରସୁଗୁଡ଼ା ରେ ବିମାନ ବନ୍ଦର ପ୍ରତିଷ୍ଠା ହୋଇଛି। ଏହି ୨ ସହରର ଦୂରତ୍ୱ ମାତ୍ର ୯୦ କିଲୋମିଟର ରହିଛି କିନ୍ତୁ ବ୍ରହ୍ମପୁର ଠାରୁ ଭୁବନେଶ୍ୱର ଦୂରତ୍ୱ ପ୍ରାୟ ୧୮୫ କିଲୋମିଟର ଓ ବିଶାଖାପାଟଣା ପ୍ରାୟ ୨୭୫ କିଲୋମିଟର ରେ ରହିଛି। ବ୍ରହ୍ମପୁର ସହର ରଙ୍ଗେଇଲୁଣ୍ଡା ଠାରେ ବିମାନ ବନ୍ଦର ପ୍ରତିଷ୍ଠା ହେଲେ ଦକ୍ଷିଣ ଓଡ଼ିଶା ୧୦ଟି ଜିଲ୍ଲାର ଜନସାଧାରଣ ଉପକୃତ ହେବା ସହ ନୂତନ ଭାବେ ବିଭିନ୍ନ ଶିଳ୍ପାଞ୍ଚଳ ପ୍ରତିଷ୍ଠା ସହ ପର୍ଯ୍ୟଟନ ସ୍ଥଳୀର ବିକାଶ ହେବ ଏବଂ ବିଭିନ୍ନ ବର୍ଗର ନିଯୁକ୍ତି ସୁଯୋଗ ପାଇବେ। ଦକ୍ଷିଣ ଓଡ଼ିଶା ପ୍ରତି ଅବହେଳା ହୋଇ ଆସୁଥିବା ଯୋଗୁଁ ବରିଷ୍ଠ ବିଜେପି ନେତା ଦେବନାଦ ମହାପାତ୍ର ବ୍ରହ୍ମପୁର ଠାରେ ୨୦୨୨ ମସିହା ସୁଦ୍ଧା ବିମାନ ବନ୍ଦର ପ୍ରତିଷ୍ଠା କରିବାକୁ ନାଗରିକ ବେସାମରିକ ଜାହାଜ ଚଳାଚଳ ମନ୍ତ୍ରୀ ହରଦୀପ୍ ସିଂ ଙ୍କୁ ଜନସାଧାରଣଙ୍କୁ ଚିଠି ଲେଖିବା ସହ ଏହାର ଅବିକଳ ନକଲ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ,କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବ୍ରହ୍ମପୁର ଓ ଆସିକା ଲୋକସଭା ସାଂସଦ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରେରିତ କରିଛନ୍ତି । ଯଦି ବିଳମ୍ବ ହୁଏ ତେବେ ଜନ ଆନ୍ଦୋଳନ କରାଯିବ ବୋଲି ସମାଜ ସେବୀ ଦେବାନନ୍ଦ ମହାପାତ୍ର ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଥିଲେ । (ରିପୋର୍ଟ – ପ୍ରଭୂଦତ୍ତ ପାତ୍ର ।)