ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଭୁକ୍ତ ଲାଞ୍ଜିପଲ୍ଲୀ ୩୬ନଂ ୱାର୍ଡକୁ ଯିବାପାଇଁ ରାସ୍ତା ନାହିଁ କି ନାଳ ନାହିଁ,ପ୍ରତିବାଦରେ ଅଞ୍ଚଳବାସି ।

0 1,305

ବ୍ରହ୍ମପୁର, ୧୩/୦୧(ପିପିଟି): ବ୍ରହ୍ମପୁର ମହାନଗର ନିଗମ ଲିଃ ଅନ୍ତର୍ଭୁକ୍ତ ଲାଞ୍ଜିପଲ୍ଲୀ ୩୬ନଂ ୱାର୍ଡକୁ ରାସ୍ତା ନାହିଁ କି ନାଳ ନାହିଁ , ହେଲେ ରାସ୍ତା ଉପରେ କୁଢ଼ କୁଢ଼ ମଇଳା ଆବର୍ଜନା , ଆଣ୍ଠୁଏ ଆଣ୍ଠୁଏ ନାଳ ନର୍ଦ୍ଦମା ପାଣି ଜମା ହେଉଛି । ଆଜି ଏ ପ୍ରକାର ଚରମ ସମସ୍ୟା ବିରୁଦ୍ଧରେ ଉମାନଗରବାସୀ ସପରିବାର ଆନ୍ଦୋଳନ କରିବାକୁ ରାଜ ରାସ୍ତାକୁ ଓହ୍ଲାଇଛନ୍ତି । ଆଣ୍ଠୁଏ ମଇଳାପାଣି ଜମିରହିଥିବା ରାସ୍ତାରେ ଗଣପ୍ରତିବାଦ କରିଛନ୍ତି । ଦୀର୍ଘ ବର୍ଷରୁ ଏ ପ୍ରକାର ଚରମ ସମସ୍ୟା ମଧ୍ୟରେ ଜୀବନ କଟାଉଥିବା ସ୍ଥାନୀୟ ଅଞ୍ଚଳବାସୀ ମହାନଗର ନିଗମ କତୃପକ୍ଷଙ୍କ ଉପରୁ ବିଶ୍ୱାସ ହରାଇଥିବା କହିଛନ୍ତି । ଏପରି ବହୁ ଅଞ୍ଚଳ ରହିଛି ଯାହା ନାମକୁ ମାତ୍ର ନଗର । ରାସ୍ତା ଉପରେ ସହରର ସମସ୍ତ ପାଇଖାନା ନିଷ୍କାସିତ ମଇଳା ପାଣି ପ୍ରବାହିତ ହେଉଛି । ଲାଞ୍ଜିପଲ୍ଲୀର ଉମାନଗର ସପ୍ତମ ଲାଇନରୁ ଦଶମ ଲାଇନ ପର୍ଯ୍ୟନ୍ତ ରାସ୍ତା ଓ ନାଳ ସମସ୍ୟା ଅତ୍ୟନ୍ତ କଦର୍ଯ୍ୟ ହୋଇଛି । ଏଥି ସମ୍ବନ୍ଧରେ ବହୁବାର କମିଶନରଙ୍କୁ ବ୍ୟକ୍ତିଗତ ସାକ୍ଷାତକରି ପତ୍ର ମାଧ୍ୟମରେ ଅବଗତ କରାଯାଇଛି ହେଲେ କେବଳ ପ୍ରତିଶୃତି ମିଳିବା ଛଡା ସମସ୍ୟାର ସମାଧାନ ହୋଇନାହିଁ । ସୂଚନାନୁସାରେ ଏହି ଉମାନଗର ଅଞ୍ଚଳ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ ଏବଂ ବିଧାୟକ ଶୂନ୍ୟ ଏହି ନିର୍ବାଚନୀ କ୍ଷେତ୍ରର ସର୍ବାଙ୍ଗୀନ ଉନ୍ନତି ପାଇଁ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଗୋପବନ୍ଧୁ ଦାଶ ନିୟୋଜିତ ଅଛନ୍ତି ,ଦିନେ ହେଲେ ଅଞ୍ଚଳକୁ କୌଣସି ପ୍ରତିନିଧି ଆସିନାହାନ୍ତି । ଏଣୁ ଅଞ୍ଚଳର ସମସ୍ୟା ସମ୍ବନ୍ଧରେ କାହାକୁ କହିବେ, କିଏ କରିବେ କିଛି ବୁଝାପଡୁନାହିଁ ଅଞ୍ଚଳ ବାସି କହିଛନ୍ତି । ଅନ୍ୟ ପକ୍ଷରେ ଘର ଟିକସ ବୃଦ୍ଧି , ମଇଳା ଉଠାଇବା ପାଇଁ ଟିକସ ଆଦି ବିଭିନ୍ନ ପ୍ରକାର ଟିକସ ଲୋକଙ୍କ ଉପରେ ଲଦି ଆଦାୟ କରାଯାଉଥିବାବେଳେ ଲୋକଙ୍କ ମୌଳିକ ସମସ୍ୟା ଗୁଡିକ ସମାଧାନ କରାଯାଉନାହିଁ । ତୁରନ୍ତ ରାସ୍ତା ଓ ଡ୍ରେନ ନିର୍ମାଣ ନହେଲେ କମିଶନରଙ୍କୁ ଘେରାଓ କରାଯିବାସହ ଆସନ୍ତା ମହାନଗର ନିର୍ବାଚନରେ ସମୂହ ଭୋଟ ବର୍ଜନ କରିବେ ବୋଲି ଉମାନଗର ଅଞ୍ଚଳବାସୀ ଦୃଢ଼ ଚେତାବନୀ ଦେଇଛନ୍ତି । ଆଜି ପୂର୍ବାହ୍ନରେ ଲାଞ୍ଜିପଲ୍ଲୀ ଉମାନଗର ୭ମ ଲାଇନରେ ସ୍ଥାନୀୟ ସମସ୍ତ ଅଞ୍ଚଳବାସୀ ଓ ବିଭିନ୍ନ ଗଣ ସଙ୍ଗଠନର ନେତୃବର୍ଗଙ୍କ ପକ୍ଷରୁ ମହାନଗର ନିଗମ କତୃପକ୍ଷଙ୍କ ଦାୟିତ୍ୱହୀନତା ବିରୁଦ୍ଧରେ ଗଣ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ବିକ୍ଷୋଭରେ ପ୍ରଶାନ୍ତ କୁମାର ପଣ୍ଡା , ଦୁର୍ଯ୍ୟୋଧନ ସାହୁ , ସସ୍ମିତା ବେହେରା , ଶଙ୍କର ପ୍ରସାଦ ଦାଶ , ଶର୍ମିଷ୍ଠା ପଣ୍ଡା , ଶୁଭଲଷ୍ମୀ ମହାନ୍ତି , ସତ୍ୟ ନାରାୟଣ ମିଶ୍ର , ପଦ୍ମ ଚରଣ ପୁରୋହିତ , ସସ୍ମିତା ଗୌଡ଼ , ପ୍ରମିତା ପାଳ , ଜୟନ୍ତି ଦେବୀ , ପ୍ରିୟମ୍ବଦା ବେହେରା , ମମତା ପଣ୍ଡା,ରଞ୍ଜିତା ଶତପଥି , ଏମ.ଜସ୍ମିନୀ ସୁବୁଦ୍ଧି , କେ.ଗୀତାଞ୍ଜଳି ପାତ୍ର,ଶଶୀ ବେହେରା,ଜୟନ୍ତି ମହାପାତ୍ର, ବିଷ୍ଣୁ ବେହେରା , କେ. ଦଣ୍ଡlସୀ ପାତ୍ର , ବି.ତ୍ରିନାଥ ପାତ୍ର,ଶ୍ୟାମ ସୁନ୍ଦର ଖାଡ଼ଙ୍ଗା ପ୍ରମୁଖ ପ୍ରାୟ ଶତାଧିକ ଅଞ୍ଚଳବାସୀ ଆଜିର ଏହି ପ୍ରତିବାଦରେ ଅଂଶ ଗ୍ରହଣ କରିଥିଲେ ।
(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.