ବ୍ରହ୍ମପୁର ମଣ୍ଡଳ କାରାଗାରରେ ଶହୀଦ ଲକ୍ଷ୍ମଣ ନାଏକଙ୍କ ଜନ୍ମ ଦିବସ ପାଳିତ ।

0 405

ଛତ୍ରପୁର,୨୨/୧୧(ପିପିଟି): ଶହୀଦ ଲକ୍ଷ୍ମଣ ନାଏକଙ୍କ ୧୨୩ ତମ ଜନ୍ମ ଦିବସ ଅବସରରେ ଜ଼ିଲ୍ଲା ସ୍ତରୀୟ ସ୍ମୃତି ଚାରଣ ଦିବସ ସୋମବାର ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ମଣ୍ଡଳ କାରାଗାରରେ ମହାନ ସ୍ୱାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାଏକଙ୍କ ୧୨୩ ତମ ଜନ୍ମ ଦିବସ ପାଳିତ ହୋଇଯାଇଛି I ବୀର ସାହସୀ ଲକ୍ଷ୍ମଣ ନାଏକ ୧୮୯୯ ମସିହା ନଭେମ୍ବର ୨୨ ତାରିଖ ଦିନ ଅଭିବକ୍ତ କୋରାପୁଟ ଜ଼ିଲ୍ଲା ତେନ୍ତୁଳି ଗୁମା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ଜାତିର ଜନକ ମହାତ୍ମା ଗାନ୍ଧିଙ୍କ ଦେଶ ସ୍ୱାଧୀନ ସଂଗ୍ରାମରେ ସାମିଲ ହୋଇ ସ୍ୱାଧୀନତା ନିମନ୍ତେ ନିଜ ଜୀବନକୁ ବାଜି ଲଗାଇ ଥିଲେ । ଇଁରେଜ ସରକାରଙ୍କ ଦ୍ୱାରା ମିଥ୍ୟା ଆରୋପରେ ୧୯୪୩ ମସିହା ମାର୍ଚ୍ଚ ମାସ ୨୯ ତାରିଖରେ ମାତ୍ର ୪୩ ବର୍ଷ ବୟସରେ ବ୍ରହ୍ମପୁର ଜେଲରେ ଫାଶୀ ପାଇଥିଲେ । ତାଙ୍କର ସେହି ଦେଶ ମାତୃକା ଏବଂ ସ୍ୱାଧୀନତା ମନଭାଵ ଆଜି ମଧ୍ୟ ଅମର ହୋଇ ରହିଛି ବୋଲି ଅତିଥିଗଣ ପ୍ରକାଶ କରିଥିଲେ । ମଣ୍ଡଳ କାରାଗାର ଯେଉଁ ଗୃହରେ ଲକ୍ଷ୍ମଣ ନାଏକଙ୍କ କାରାଗାର ଜୀବନ ଅତିବାହିତ ହୋଇଥିଲା, ସେହି ଗୃହକୁ ଜାତୀୟ ସ୍ମାରକୀ ଭାବେ ନାମକରଣ କରାଯାଇଛି ଏବଂ ପୂଜ୍ୟ ପୂଜା କରାଯାଉଛି । ଆଜି ମାନ୍ୟଗଣ୍ୟ ଅତିଥିଗଣ ଉପସ୍ଥିତ ରହି ବ୍ରହ୍ମପୁର ମଣ୍ଡଳ କାରାଗାରରେ ସହୀଦ ଲକ୍ଷ୍ମଣ ନାୟକ ଫୋଟ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ମୃତି ଚରଣ କରିଥିଲେ । ପରେ ପରେ ମଣ୍ଡଳ କାରାଗାର ସମ୍ମୁଖରେ ଥିବା ପ୍ରତିମୂର୍ତ୍ତିରେ ଅଥିତି ଗଣ ପୁଷ୍ପ ମାଲ୍ୟାର୍ପଣ କରିଥିଲେ । ଏହି କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷା ସୋନମ ପଲେଇ, ସମ୍ମାନୀତ ଅତିଥିଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ଲିନା କୁମାରୀ ଖେସ୍ , ବ୍ରହ୍ମପୁର ଉପ-ଜିଲ୍ଲାପାଳ ୱି.କୀର୍ତ୍ତୀ ୱାସନ ଉପସ୍ଥିତ ରହି ମାଲ୍ୟାଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରୟଣ ବେହେରାଙ୍କ ପ୍ରତ୍ୟେକ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯକ୍ରମରେ ବ୍ରହ୍ମପୁର ମଣ୍ଡଳ କାରାଗାର ଅଧିକ୍ଷକ ଗରିବ ସାହୁ, ଜେଲର ସତ୍ୟନାରାୟଣ ବେହେରା ସଂସ୍କାରବାଦୀ ଅନୁଷ୍ଠାନର ସଭାପତି ତ୍ରିନାଥ ମହାରଣା, ସମ୍ପାଦକ ସମୀର କୁମାର ଆଚାର୍ଯ୍ୟ, ହିମାଂଶୁ କୁମାର ପଟନାୟକ ଏବଂ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିଗଣ ଓ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ।

Leave A Reply

Your email address will not be published.