ବ୍ରହ୍ମପୁର ,୦୫/୦୮(ପିପିଟି): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗର ସ୍ନାତକୋତ୍ତର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଶ୍ୱବିଦ୍ୟାଳୟ ପରିସରରେ ସଫେଇ କାର୍ଯ୍ୟକ୍ରମ କରାଯାଇଅଛି । ଅର୍ଥନୀତି ବିଭାଗର ସହଯୋଗୀ ପ୍ରଫେସର ଡକ୍ଟର ମୃତ୍ୟୁଞ୍ଜୟ ସ୍ୱାଇଁଙ୍କ ତତ୍ୱାବଧାନରେ ବିଶ୍ୱବିଦ୍ୟାଳୟର ପରିସର ତଥା କମ୍ପୁଟରସାଇନ୍ସ ବିଭାଗର କ୍ୟାମ୍ପସ, ଗଣିତବିଭାଗର କ୍ୟାମ୍ପସ ଓ ଅର୍ଥନୀତି ବିଭାଗର କ୍ୟାମ୍ପସ ପରିସର ସଫେଇକରାଯାଇଥିଲା । ଏହି ସଫେଇ କାର୍ଯ୍ୟକ୍ରମରେ ଅର୍ଥନୀତି ବିଭାଗର ସହକାରୀ ପ୍ରଫେସର ଡକ୍ଟର ବିଷ୍ଣୁଚରଣ ବେହେରା, ଶ୍ରୀ ପବିତ୍ର ସିଂ,ସହକାରୀ ପ୍ରଫେସର ଡକ୍ଟର ଦୀପ୍ତିମୟୀ ମିଶ୍ର, ଡକ୍ଟର ବିଭୁନନ୍ଦିନୀ ଦାସଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ ।ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକାମାନେ ବିଶ୍ୱବିଦ୍ୟାଳୟର ପରିବେଶ ପର୍ଯ୍ୟlବରଣ ସମ୍ପର୍କରେ ସଚେତନତା ସୃଷ୍ଟିକରିବା ପାଇଁ ପରାମର୍ଶ ଦେଇଥିଲେ । ବିଶ୍ୱବିଦ୍ୟାଳୟର ଚତୁଃପାର୍ଶ୍ଵକୁ ପ୍ରତି ଶନିବାରଦିନ ଘଣ୍ଟାଟିଏ ଲେଖାଏଁ ସମୟ ଦେଇ ସଫାକରିବେ ବୋଲି ଅର୍ଥନୀତି ବିଭାଗର ଛାତ୍ରଛାତ୍ରୀମାନେ ଶପଥ କରିଥିଲେ । ଆଶିଷ ସେନାପତି, ସତ୍ୟନାରାୟଣ ବାରିକ, ମନୋଜ ସାହୁ, ପ୍ରଭାତରଞ୍ଜନ ସାହୁ, ପ୍ରଣୟ ପାତ୍ର, ନୀଳମଣି ପଣ୍ଡା,ଘନଶ୍ୟାମ କୁରକୁରିଆ ,ଅବିନାଶ ପାତ୍ର ନିରଞ୍ଜନ କାର୍ଜି ,ଜସ୍ମିନ ମହାରଣା, ସୁଜାନୀ ବାରିକଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ଏହି ମହତକାର୍ଯ୍ୟରେ ସହଯୋଗ କରିଥିଲେ ।
ରିପୋର୍ଟ -ସୁଶାନ୍ତ କୁମାର ବେହେରା