ବ୍ରହ୍ମପୁର ବାଳ ସୁଧାର ଗୃହରୁ ୬ ଅନ୍ତେବାସୀ ଚମ୍ପଟ।

0 451

ବ୍ରହ୍ମପୁର,୨୨/୧୧(ପିପିଟି): ବ୍ରହ୍ମପୁର ସ୍ଥିତ ବାଳକ ପର୍ଯ୍ୟବେକ୍ଷଣ ଆବାସ ଓ ସ୍ବତନ୍ତ୍ର ଆବାସରୁ ବିଳମ୍ବିତ ରାତିରେ ୬ ଜଣ ଆନ୍ତେବାସୀ ଫାଟକ ଭାଙ୍ଗି ଚମ୍ପଟ ମାରିଛନ୍ତି। ଏହି ଘଟଣାକୁ ନେଇ ବାଳ ସୁଧାର ଗୃହର ଅଧିକ୍ଷକ ବୈଦ୍ଯନାଥପୁର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଖବର ପାଇ ବ୍ରହ୍ମପୁର ଉପଜିଲ୍ଲାପାଳ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଳ ସୁଧାର ଗୃହରେ ପହଞ୍ଚି ସ୍ଥିତି ଅନୁଧ୍ଯାନ କରିଛନ୍ତି। ଫେରାର ଅନ୍ତେବାସୀଙ୍କ ମଧ୍ଯରେ ବ୍ରହ୍ମପୁରର ଜଣେ, ଚମାଖଣ୍ଡିର ଜଣେ, ପୁରୀ ଜିଲ୍ଲାର ଜଣେ, କୋରାପୁଟ ଜିଲ୍ଲାର ୨ ଜଣ ଓ ଗଜପତି ଜିଲ୍ଲାର ଜଣେ ଅନ୍ତେବାସୀ ରହିଛନ୍ତି। ଏହି ବାଳ ସୁଧାର ଗୃହରେ ବିଭିନ୍ନ ଅପରାଧିକ ମାମଲାରେ ଜଡିତ ୧୧୬ ଜଣ ନାବାଳକ ରହିଛନ୍ତି। ବିଗତ ବର୍ଷ ମାନଙ୍କରେ ମଧ୍ଯ ଅନ୍ତେବାସୀ ଫେରାର ହୋଇଥିବା ନଜିର ରହିଛି। ବର୍ତ୍ତମାନ ପୁଣି ଅନ୍ତେବାସୀ ଫେରାର ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

Leave A Reply

Your email address will not be published.