ବ୍ରହ୍ମପୁର ବସ୍ତିବାସିନ୍ଦାଙ୍କୁ ଘରଡ଼ିହ ପଟ୍ଟା ଦିଅ ଦାବିରେ ବିକ୍ଷୋଭ ।

0 241

ବ୍ରହ୍ମପୁର,୧୬/୦୯(ପିପିଟି): ବ୍ରହ୍ମପୁର ସହର ଉପକଣ୍ଠ ରେ ଆଜକୁ ପ୍ରାୟ ୩୦ବର୍ଷରୁ ଉର୍ଦ୍ଧ୍ଵ କଳାଧରି ଜୀବନ ବିତାଉ ଥିବା ବାସହୀନ ବସ୍ତି ବାସିନ୍ଦାଙ୍କୁ ସରକାରୀ ପଟ୍ଟା ପ୍ରଦାନ କରି ଥଇଥାନ ଦାବୀ ରେ ଆଜି ବ୍ରହ୍ମପୁର ବସ୍ତି ବାସିନ୍ଦା ମହାସଂଘ ପକ୍ଷରୁ ବ୍ରହ୍ମପୁର ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କାରାଯାଇ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତେ ଦାବୀ ପତ୍ର ପ୍ରଦାନ କରା ଯାଇଛି । ଦାବୀ ପତ୍ରରେ ଉଲ୍ଲେଖ କରା ଯାଇଛି ଯେ, ଓଡିଶା ବସ୍ତିବାସିନ୍ଦା ଭୂମି ଅଧିକାର ଆଇନ -୨୦୧୭ଟି କେବଳ ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ପୌର ପରିଷଦ ଅଞ୍ଚଳରେ ବସବାସ କରି ରହୁଥିବା ଭୂମିହୀନ ଗରିବ ଲୋକଙ୍କୁ ଘର ପଟ୍ଟା ଦେବା ପାଇଁ ଉଦ୍ଧିଷ୍ଟ ଥିବାବେଳେ ରାଜ୍ୟର ବ୍ରହ୍ମପୁର ସମେତ ୫ ମହାନଗର ର ବସ୍ତି ବାସିନ୍ଦାଙ୍କ ନିମନ୍ତେ ଏହା ଲାଗୁ ହୋଇନାହିଁ ଫଳରେ ବ୍ରହ୍ମପୁର ମହାନଗର ବସ୍ତି ବାସିନ୍ଦା ଲୋକେ ଘରଢି଼ ହ ପାଇବାରୁ ବଞ୍ଚିତ ହୋଇଛନ୍ତି ବୋଲି ମହାସଂଘ ଆବାହକ ବସନ୍ତ ନନ୍ଦ ଅଭିଯୋଗ କରିଛନ୍ତି । ଏଣୁ ସରକାର ବ୍ରହ୍ମପୁର ମହାନଗର ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ଦେଇ ଥଇଥାନ କରିବାକୁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି । ବ୍ରହ୍ମପୁର ଉପଜିଲ୍ଲାପାଳ ବସ୍ତିବାସିନ୍ଦାଙ୍କୁ ଥଇଥାନ କରିବା ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ପ୍ରତିଶୃତିଦେବା ପରେ ବିକ୍ଷୋଭ କାର୍ଯ୍ୟକ୍ରମ ଶେଷ ହୋଇଥିଲା. ପ୍ରାୟ ୧୦ଟି ବସ୍ତି ରୁ ଶତାଧିକ ମହିଳା ଏବଂ ପୁରୁଷ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ. ଆଜିର ଏ କାର୍ଯ୍ୟକ୍ରମରେ ମହାସଂଘର ସଭାପତି ବସନ୍ତ ନନ୍ଦ, ଯୁଧିଷ୍ଠିର ବେହେରା, ପ୍ରତାପ ଚୌଧୁରୀ, ବାବୁଲା ନାୟକ, ଯୁଧିଷ୍ଠିର ମହାରଣା, ସୁରେନ୍ଦ୍ର ନାୟକ, ଚିଟି ବାବୁ, ଗୀତା ପଟନାୟକ, ହର ସେଠି, ଜାନକୀ ଆମ୍ମା, ସୁଶାନ୍ତ ବେହେରା, ଗଜେନ୍ଦ୍ର ବହାଦୁର, ମଞ୍ଜୁ ସାହୁ, ଜୟନ୍ତୀ ନାହାକ, ସବିତା ସାହୁ, ଲକ୍ଷ୍ମୀ ସାହୁ, ଗଣେଶ ସାହୁ, ପଙ୍କଜ ପଳେଇ, ଲକ୍ଷ୍ମୀ ପାତ୍ର, ରୀନା ମହାରଣା, ବୁଦ୍ଧି ଆମ୍ମା ପ୍ରମୁଖ ନେତୃତ୍ୱ ନେଇଥିଲେ ।

Leave A Reply

Your email address will not be published.