ବ୍ରହ୍ମପୁର ଫାଷ୍ଟଗେଟ ଓ ରେଲୱେ ଷ୍ଟେସନ ନିକଟରୁ ୪୩୨ କେଜି ଗଞ୍ଜେଇ ଜବତ, ୪ ଜଣ ଗିରଫ ।

0 518

ବ୍ରହ୍ମପୁର,୧୧/୦୩(ପିପିଟି): ଗଞ୍ଜେଇ ଚାଲାଣର ମୁଖ୍ୟ ମାଧ୍ୟମ ପାଲଟିଛି ବ୍ରହ୍ମପୁର ସହର। ସହର ଦେଇ ଅନେକ ସ୍ଥାନରୁ ଗଞ୍ଜେଇ ଚାଲାଣ ହେଉଛି । ଆଜି ଗଞ୍ଜେଇ ମାଫିଆଙ୍କ ମାଷ୍ଟର ପ୍ଲାନ୍ ଫେଲ୍ ମାରିଛି ବ୍ରହ୍ମପୁର ଅବକାରୀ ବିଭାଗ ଆଗରେ । ଅବକାରୀ କମିଶନର ଆଶିଷ କୁମାର ସିଂଙ୍କ ଆଦେଶ ଓ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବ୍ରହ୍ମପୁର ଅବକାରୀ ଅଧିକାରୀ ରାମେନ୍ଦ୍ର ନାରାୟଣ ନାଏକଙ୍କ ନେତୃତ୍ଵରେ ବିପୁଳ ପରିମାଣ ଗଞ୍ଜେଇ ଜବତ କରାଯାଇଛି ।ସୂଚନାନୁସାରେ ଗଜପତି ଜିଲ୍ଲାରୁ ଉତ୍ତର ପ୍ରଦେଶ ରାଜ୍ୟକୁ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ହେବ ବୋଲି ଖବର ମିଳିବା ପରେ ଦକ୍ଷିଣାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଡେପୁଟି କମିଶନର ରାଜେନ୍ଦ୍ର ଭାତ୍ରାଙ୍କ ନିର୍ଦେଶକ୍ରମରେ ଇନ୍ସପେକ୍ଟର ହୃଦୟଚନ୍ଦ୍ର ସାମନ୍ତଙ୍କ ନେତୃତ୍ବରେ ବିଭାଗର ଏକ ଟିମ୍ ଆଜି ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ପ୍ରଥମେ ଫାଷ୍ଟଗେଟ ଛକ ନିକଟ ଛକି ରହିଥିଲା । ଗଞ୍ଜେଇ ମାଫିଆ ମାନେ ଗଜପତି ଜିଲ୍ଲାରୁ UP25DT4897 ନମ୍ବର ଟ୍ରକ ଯୋଗେ ଗଞ୍ଜେଇ ଧରି ଉତ୍ତରପ୍ରଦେଶ ଆଭିମୁଖେ ଯିବା ସମୟରେ ବ୍ରହ୍ମପୁର ଫାଷ୍ଟଗେଟ ନିକଟରେ ଅବକାରୀ ବିଭାଗ ହାବୁଡ଼ାରେ ପଡ଼ିଥିଲା । ଏହି ଟ୍ରକରୁ ୪୩୨ କିଲୋ ଗଞ୍ଜେଇ ଜବତ ସହ ୪ଜଣକୁ ଗିରଫ କରିଛି ଅବକାରୀ ବିଭାଗ । ଯାହାର ଆନୁମାନିକ ମୂଲ୍ୟ ୪୭ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି ।
(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.