ବ୍ରହ୍ମପୁର ଉପଜିଲ୍ଳାପାଳଙ୍କ 5T ରୂପାନ୍ତରିତ ବିଦ୍ୟାଳୟ ପରିଦର୍ଶନ ; ନିର୍ମାଣ କାର୍ଯ୍ୟର ଗୁଣବତ୍ତାକୁ କଲେ ଉଚ୍ଚ ପ୍ରଶଂସା ।

0 309

ବେଲଗୁଣ୍ଠା,୦୫/୦୫(ପିପିଟି): ଆଜି ବ୍ରହ୍ମପୁର ଉପଜିଲ୍ଳାପାଳ ଭି କୀର୍ତ୍ତିଭାସନ୍ ବେଲଗୁଣ୍ଠା ବ୍ଳକକୁ ଦିନିକିଆ ମାରାଥନ୍ ଗସ୍ତରେ ଆସି ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୂଷଣ ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ନିର୍ମିତ ହୋଇଥିବା 5T ରୂପାନ୍ତରିତ ବିଦ୍ୟାଳୟ ତଥା ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ସ୍ଥିତ ଶରତ ଚନ୍ଦ୍ର ସ୍ମାରକୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି 5T ଅଧୀନରେ ହୋଇଥିବା ଉଚ୍ଚ ମାନର ନିର୍ମାଣ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ଆଜି ଉପଜିଲ୍ଳାପାଳ ଭି କୀର୍ତ୍ତିଭାସନ୍ ସକାଳ ୧୦ ଘଣ୍ଟା ୪୫ ମିନିଟ ରେ ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ବିଦ୍ୟାଳୟର ପରିଚାଳନା ଶୈଳୀର ତଦାରଖ କରି ଶିକ୍ଷକ ମାନଙ୍କ ଉପରେ ସନ୍ତୋଷ ବ୍ୟକ୍ତ କରିଥିଲେ । ଏହା ସହ ବିଦ୍ୟାଳୟର ଶତପ୍ରତିଶତ ହାଇସ୍କୁଲ୍ ପରୀକ୍ଷାଫଳ,ବର୍ଷକୁ ବର୍ଷ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ବୃଦ୍ଧି ସମ୍ପର୍କରେ ଜାଣି ଖୁସି ପ୍ରକାଶ କରିଥିଲେ । ଏହାପରେ 5T ଅଧୀନରେ ନିର୍ମାଣ ହୋଇଥିବା ସ୍ମାର୍ଟ୍ ଶ୍ରେଣୀଗୃହ, ବିଜ୍ଞାନ ପ୍ରୟୋଗଶାଳା ,ଡ଼ିଜିଟାଲ ପାଠାଗାର, ଶୌଚାଳୟ, ଶୁଦ୍ଧପାନୀୟ ଜଳ ପ୍ରକଳ୍ପ ନିର୍ମାଣରେ ସ୍ଵଚ୍ଛତା ଏବଂ ଉଚ୍ଚମାନକୁ ଗୁରୁତ୍ୱ ଦିଆଯାଇଥିବାରୁ ମାନ୍ୟବର ଜିଲ୍ଲାପାଳ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ମହାପାତ୍ରଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ । ଏହା ସହ ବିଦ୍ୟାଳୟର ସ୍ଵଚ୍ଛ ଏବଂ ସୁନ୍ଦର ପରିବେଶକୁ ଦେଖି ଖୁସି ହେବା ସହ ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣରେ ସହଯୋଗ କରିଥିବା ଶିକ୍ଷକ ଏବଂ କର୍ମଚାରୀଙ୍କୁ ମଧ୍ୟ ପ୍ରଶଂସା କରିଥିଲେ । ପ୍ରକାଶ ଥାଉକି ଗତ ଜିଲ୍ଳା ସ୍ତରୀୟ ସାଧାରଣତନ୍ତ୍ର ଦିବସରେ 5T ଅଧୀନରେ ଶ୍ରେଷ୍ଠତ୍ୱ ପ୍ରତିପାଦନ ପାଇଁ ଏହି ବିଦ୍ୟାଳୟକୁ ଜିଲ୍ଲାର ଶ୍ରେଷ୍ଠ ବିଦ୍ୟାଳୟ ଭାବେ ପୁରସ୍କୃତ କରାଯିବା ସହ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଏବଂ କର୍ତ୍ତବ୍ୟନିଷ୍ଠା ପାଇଁ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୂଷଣ ମହାପାତ୍ରଙ୍କୁ ଶ୍ରେଷ୍ଠ ବିଡ଼ିଓ ଭାବେ ସମ୍ମାନୀତ କରାଯାଇଥିଲା । ଆଜି ବ୍ରହ୍ମପୁର ଉପଜିଲ୍ଳାପାଳଙ୍କ ବିଦ୍ୟାଳୟ ପରିଦର୍ଶନ ସମୟରେ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୂଷଣ ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.