ବ୍ରହ୍ମପୁର ଅବକାରୀ ବିଭାଗ ଦ୍ଵାରା ୨୧୭ କିଲୋ ଗଞ୍ଜେଇ ଜବତ , ଜଣେ ଗିରଫ ।

0 832

ବ୍ରହ୍ମପୁର,୦୮/୦୬(ପିପିଟି):ଆଜି ପୁଣି ବ୍ରହ୍ମପୁର ଅବକାରୀ ବିଭାଗକୁ ମିଳିଛି ଆଉ ଏକ ସଫଳତା । ଗଜପତି ଜିଲ୍ଲାରୁ ଉତ୍ତର ପ୍ରଦେଶକୁ ଏକ ଟ୍ରକ୍ ଯୋଗେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ବ୍ରହ୍ମପୁ୍ର ଅବକାରୀ ବିଭାଗ ଦ୍ଵାରା ଜବତ ହୋଇଛି । ସୂଚନାନୁସାରେ ଆଜି ଦିନ ସକାଳେ ବିଶେଷ ସୂତ୍ରରୁ ଖବର ପାଇ ଇ.ଆଇ ଏବଂ ଇ.ବି ୟୁନିଟ୍, ବ୍ରହ୍ମପୁର ଡି.ଏସ.ଈ କୁବେର ସେଠୀଙ୍କର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଗୋଟିଏ ଟ୍ରକ୍ ନମ୍ବର ( ୟୁ.ପି ୨୫ ଡି.ଟି ୪୭୯୦ ) ସହିତ ୨୧୭ କିଲୋଗ୍ରାମ ଗଞ୍ଜେଇ ( କାନାବିସ୍ ) ଜବତ କରିଛି ବ୍ରହ୍ମପୁର ଅବକାରୀ ବିଭାଗ । ସଲାମତ ସାହା ( ୩୫ ) , ଗ୍ରାମ , ପିଲିବିଟ , ଉତ୍ତରପ୍ରଦେଶ ନାମକ ଏକ ଯୁବକକୁ ଅବକାରୀ ବିଭାଗ ଇନ୍ସପେକ୍ଟର ଗିତାଞ୍ଜଳି ସାହୁ ଏବଂ ଷ୍ଟାପ୍ ଗିରଫ କରିଥିବା ସୂଚନା ମିଳିଛି । ଗଜପତି ଜିଲ୍ଲାରୁ ଉତ୍ତରପ୍ରଦେଶକୁ ଗଞ୍ଜେଇ ପରିବହନ କରୁଥିବା ସମୟରେ ବ୍ରହ୍ମପୁରର ବଡ଼ବଜାର ଥାନା ଅଧୀନରେ ଥିବା ଆମ୍ବଗଡ ଗାଁରେ ଟ୍ରକ୍ ସହିତ ଗଞ୍ଜେଇ ଜବତ ହୋଇଛି । ଏହାର ଆନୁମାନିକ ମୂଲ୍ୟ ପାଖାପାଖି ୩୦,୫୫,୦୦୦ ଟଙ୍କା ହେବ ବୋଲି ସୂଚନା ମିଳିଛି । ଇ.ଡି.ସି , ଏସ.ଡି ବ୍ରହ୍ମପୁର ଏହି ଚଢ଼ାଉ ସମୟରେ ସାମିଲ ଥିଲେ । ଗଜପତି ଜିଲ୍ଲାରୁ ଉତ୍ତର ପ୍ରଦେଶକୁ ଏହାର ଚେର ଲମ୍ବିଥିବା ବେଳେ ଏହି ଗଞ୍ଜେଇ ଗଜପତି ଜିଲ୍ଲାରୁ କେଉଁଠୁ ଆସିଛି ସେ ଉପରେ ଅବକାରୀ ବିଭାଗର ତଦନ୍ତ ଚାଲିଥିବା ଅବକାରୀ ବିଭାଗ ତରଫରୁ ସୁଚନା ମିଳିଛି ।
(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.