ବ୍ରହ୍ମପୁର,୧୯/୧୧(ପିପିଟି):ସାଧାରଣ ଲୋକଙ୍କ ଜନଜୀବନକୁ ପ୍ରଭାବିତ କରୁଥିବା ମୌଳିକ ସମସ୍ଯାର ନିରାକରଣ ପାଇଁ ରାଜ୍ଯର ୧୧ଟି ରାଜନୈତିକ ଦଳ ପକ୍ଷରୁ ଓଡିଶା ବଞ୍ଚାଅ ଅଭିଯାନ ମଞ୍ଚ ଗଠନ କରାଯାଇଛି। ଏହି ମଞ୍ଚର ଆବାହକ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବ୍ରଜ ତ୍ରିପାଠୀ ରହିଛନ୍ତି। ୩୪ ଦଫା ଦାବିରେ ଆନ୍ଦୋଳନ ଆରମ୍ଭ ହେବ। ବ୍ରହ୍ମପୁରରୁ ଓଡ଼ିଶା ବଞ୍ଚାଅ ଅଭିଯାନ ଆରମ୍ଭ ହୋଇଛି। ଓଡ଼ିଶାର ମୌଳିକ ସମସ୍ଯାର ନିରାକରଣ ପାଇଁ ଆନ୍ଦୋଳନ ସକାଶେ ବ୍ରହ୍ମପୁରରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଓଡିଶା ବଞ୍ଚାଅ ଅଭିଯାନ ପକ୍ଷରୁ ସହୀଦ ଲକ୍ଷ୍ମଣ ନାୟକ କମ୍ଯୁନିଟ ହଲ,ବ୍ରହ୍ମପୁର ଠାରେ ଜିଲ୍ଲା ସ୍ତରୀୟ କନଭେନସନ ଅନୁଷ୍ଠିତ ହୋଇଯାଇଛି। କନଭେନସନ ପରିଚାଳନା ପାଇଁ ସିପିଏମ ନେତା କୈଳାସ ଷଢଙ୍ଗୀ, ସିପିଆଇ ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର, ଫରୱାର୍ଡ ବ୍ଲକର ଜିଲ୍ଲା ସଭାପତି ବିଭୁଧେନ୍ଦ୍ର ପାଢୀ ଓ ସମତା କ୍ରାନ୍ତୀର ନେତା ବୃନ୍ଦାବନ ବେହେରାଙ୍କୁ ନେଇ ସଭାପତି ମଣ୍ଡଳୀ ସଭାକୁ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସମତା କ୍ରାନ୍ତୀର ମୁଖ୍ଯ ବ୍ରଜ ତ୍ରିପାଠୀ, ସିପିଆଇ(ଏମ୍) ରାଜ୍ଯ ସମ୍ପାଦକ ଅଳି କିଶୋର ପଟ୍ଟନାୟକ, ସିପିଆଇ ରାଜ୍ଯ ସମ୍ପାଦକ ଅଭୟ ସାହୁ, ଫରୱାର୍ଡ ବ୍ଲକ ରାଜ୍ଯ ସଭାପତି ପୂର୍ଣ୍ଣଚନ୍ଦ୍ର ପାଢୀ ଓ ଏସପି ନେତା ସୁଦର୍ଶନ ପ୍ରଧାନ ପ୍ରମୁଖ ଯୋଗ ଦେଇ ରାଜ୍ଯ ଓ କେନ୍ଦ୍ର ସରକାରଙ୍କ ଜନ ବିରୋଧି ନୀତି ଉପରେ ଆଲୋକପାତ କରିବା ସହିତ ସାଧାରଣ ଲୋକଙ୍କ ମୌଳିକ ସମସ୍ଯାକୁ ନେଇ ସାରା ଓଡ଼ିଶାରେ ସଚେତନ ଓ ଆନ୍ଦୋଳନ କରିବା ପାଇଁ ଆହ୍ବାନ ଦେଇଥିଲେ। ଆସନ୍ତା ଜାନୁୟାରୀ ୬ ତାରିଖ ଦିନ ରାଜ୍ଯ ସ୍ତରୀୟ ଗଣ ଧରାଣା ଦିଆଯିବ। ବିଭିନ୍ନ ଜିଲ୍ଲାରେ କନଭେନସନ କରି ସାଧାରଣ ଲୋକଙ୍କୁ ଏହି ଆନ୍ଦୋଳନ ସହିତି ଯୋଡାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି।
(ରିପୋର୍ଟ- ଆରତ କୁମାର ହୋତା। )