ବ୍ଯାଙ୍କ ଏକାଉଣ୍ଟରୁ ୫୭ ହଜାର ଟଙ୍କା ଗାଏବ,ଥାନାରେ ଏତଲା ।

0 244

ମାଲକାନଗିରି,ତା:୦୫/୦୬(ପିପିଟି); ଓର୍କେଲ ଥାନା ଅନ୍ତର୍ଗତ ଏମଭି-୫୨ ଗ୍ରମର ଏକ ମହିଳାଙ୍କର ଏଟିଏମ ରାସ୍ତାରେ ଯିବା ସମୟରେ କେଉଁ ହଜିଯିବା ପରେ ତାକୁ କୌଣସି ଅସାମାଜିକ ବ୍ଯକ୍ତି ଉଠାଇ ନେଇ ଜନୈକା ମହିଳାଙ୍କ ଏକାଉଣ୍ଟ ଖାତାରୁ ୬ ଥର ଏଟିଏମକୁ ବ୍ଯବହାର କରି ୫୭ ହଜାର ଟଙ୍କା ଲୁଟି ନେଇ ଥିବା ଓର୍କଲ ଥାନାରେ ଅଭିଯୋଗ ହୋଇଛି । ପ୍ରପ୍ତ ସୂଚନାରୁ ଜଣା ପଡିଛି ଯେ କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ନିଲାକାମ୍ବେରୁ ପଞ୍ଚାୟତ ନିକଟସ୍ଥ ଏମଭି-୫୨ ଗ୍ରାମର ଲଖି ବିଶ୍ବାସ ବାଲିମେଳରେ କୌସଣି କାମଥିବା ଯୋଗୁଁ ଗତ ୩୧ ତାରିଖ ଦିନ ୧୧ ଘଟିକା ସମୟରେ ଯାଇଥିବା ବେଳେ ପେଟ୍ରୋଲ ପମ୍ପରେ ତେଲ ପକାଇ ଫରେଥିଲେ । ଘରକୁ ଫେରିବା ରାସ୍ତାରେ ଏଟିଏମଟି କେଉଁଠି ପଡିଯାଇଥିବା ସଂପର୍କରେ ଲିଖି ଅନଗତ ନଥିବା ବେଳେ ସେହି ଦିନ କୋରୁକୋଣ୍ଡା ଏଟିଏମରୁ ୨ ଥର ଲେଖାଏଁ ୯,୫୦୦ ଟଙ୍କା ତାଙ୍କ ଏକାଉଣ୍ଟରୁ ଉଠାଣ ହୋଇଥିଲା । ତାପରେ ସେ ଏଟିଏମ କେଉଁଠି ହଜିଯାଇଥିବା ଜାଣିବାକୁ ପାଇଲେ । ପୁନଶ୍ଚ ୧ ତାରିଖ ଦିନ ବୈପାରୀଗୁଡା ଏଟିଏମରୁ ୨ ଥର ଏବଂ ପେଟ୍ରୋଲ ପମ୍ପ ଏଟିଏମରୁ ୨ ଥର ୯,୫୦୦ ଟଙ୍କା ଲେଖୀଏଁ ମୋଟ ୬ ଥରରେ ୫୭ ହଜାର ଟଙ୍କା ଉଠାଇ କୌଣସି ଦୁର୍ବୃତ୍ତ ଲୁଟି ନେବାରେ ସଫଳ ହୋଇଛି । ଏ ସଂପର୍କରେ ଲଖି ଓର୍କେଲ ଥାନାରେ ଲିଖିତ ଅଭିଯୋଗ କଲା ପରେ ପୋଲିସ ଅନୁସନ୍ଧାନ ଜାରି ରଖିଛି । ଖୁବ ଶୀଘ୍ର ପୋଲିସ ଅପରାଧିକୁ ଗିରଫ କରିବ ବୋଲି ପ୍ରକାଶ କରିଛି ।
(ରିପୋର୍ଟ:ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.