ବୋଲଗଡ଼,୧୭/୦୨(ପିପିଟି): ଟାଙ୍ଗୀ ବ୍ଲକ ଓ ବୋଲଗଡ ବ୍ଲକରେ ଭୋଟ ଗ୍ରହଣ କାର୍ଯ୍ୟ ଶାନ୍ତି ପୁର୍ଣ୍ନ ଭାବେ ଶେଷ ହୋଇଛି । ଉଭୟ ବ୍ଲକରେ ଅନେକ ବୁଥ ସମ୍ବେଦନଶୀଳ ଆଶଙ୍କା କରା ଯାଉଥିଲା । ବୋଲଗଡ ବ୍ଲକର ଗୋପାଳପୁର ଗ୍ରାମ ପଞ୍ଚାୟତ (୧୭ନଂ ୱାଡ) ର ମୁଗମଣ୍ଡା ଗ୍ରାମ ୧୭ ନଂ ବୁଥରେ ମତଦାନ ପ୍ରକ୍ରିୟାରେ ଅନେକ ବେନିୟମ ହୋଇଥିଲେ ହେଁ ଗାଁର ଏକତାକୁ ଲକ୍ଷ୍ୟ କରି, ଗଣ୍ଡ ଗୋଳକୁ ଏଡାଇବାକୁ ଯାଇ ପୁଲିଙ୍ଗ ଷ୍ଟାପ,ପୁଲିଙ୍ଗ ଏଜେଣ୍ଟ ଓ ନିରପେକ୍ଷ ଭୋଟରଙ୍କ ପୁର୍ଣ୍ନ ସହଯୋଗରେ ଶୃଙ୍ଖଳିତ ଭାବେ ମତଦାନ ଶେଷ ହୋଇଛି ।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)