ବୋଲଗଡ ନିର୍ବାହୀ ଅଧିକାରୀ ସଙ୍ଘ ପକ୍ଷରୁ ବିଡ଼ିଓଙ୍କୁ ଦାବିପତ୍ର।

0 12

ବୋଲଗଡ, ୦୪/୦୮ (ପିପିଟି):ରାଜ୍ୟରେ ପ୍ରତି ଗ୍ରାମ ପଞ୍ଚାୟତ ମାନଙ୍କରେ ନିର୍ବାହୀ ଅଧିକାରୀ ନିଯୁକ୍ତ ହୋଇ କାର୍ଯ୍ୟ କରୁଥିବାବେଳେ ନିଜର ଦାବି ନେଇ ଆନ୍ଦୋଳନକୁ ଓଲ୍ହାଇଅଛନ୍ତି | ଓଡିଶା ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଙ୍ଘ ନିର୍ଦେଶ କ୍ରମେ ଶୁକ୍ରବାର ବୋଲଗଡ଼ ବ୍ଲକ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଙ୍ଘ ପକ୍ଷରୁ ପାଞ୍ଚ ଦଫା ଦାବି ପୂରଣ ନେଇ ଜିଲ୍ଲାପାଳଙ୍କ ଉଦ୍ୟେଶରେ ବୋଲଗଡ଼ ବିଡ଼ିଓ ଧୋବେଇ ନାୟକଙ୍କୁ ଦାବିପତ୍ର ପ୍ରଦାନ କରିଅଛନ୍ତି। ଦାବି ଗୁଡିକ ମଧ୍ୟରେ ଶିକ୍ଷାଗତ ଯୋଗ୍ୟତା +୨ ବଦଳରେ +୩ କରାଯିବା ,ଓ ଆର ଏସ ପି ନିୟମ ୧୭ ଅନୁଯାଇ ଲେବୁଲ ୯ ର ଦରମା ପ୍ରଦାନ, କ୍ୟାଡର ଭୁକ୍ତ କରିବା ଓ ୧୦ ବର୍ଷ ଧରି କାର୍ଯ୍ୟ କରିଥୁବା ନିର୍ବାହୀ ଅଧିକାରୀଙ୍କୁ ପଦୋନ୍ୟୁତ କରିବା ଆଦି ପ୍ରମୁଖ ଦାବି ରହିଅଛି l ଏହି ଦାବିନେଇ ସଙ୍ଘ ପକ୍ଷରୁ ବାରମ୍ବାର ଦାବିଥିଲେ ମଧ୍ୟ ସରକାର କର୍ଣ୍ଣପାତ କରୁନାହାନ୍ତି l ତେଣୁ ଏହି ଦାବିପତ୍ର ଅନୁସାରେ ରାଜ୍ୟସରକାର କୌଣସି ନିଷ୍ପତି ଯଦି ଗ୍ରହଣ ନ କରନ୍ତି ତେବେ ଆସନ୍ତା ୭ତାରିଖ ଠାରୁ ୧୭ତାରିଖ ପର୍ଯ୍ୟନ୍ତ କଳାବ୍ୟାଚ ପିନ୍ଧି କାର୍ଯ୍ୟକରିବା ସହିତ ୧୮ତାରିଖରୁ ସମୂହଛୁଟିରେ ଯିବାକୁ ବୋଲଗଡ ସଙ୍ଘ ନିଷ୍ପତି ନେଇଅଛି। ଏହି ଦାବିପତ୍ରକୁ ବୋଲଗଡ କାର୍ଯ୍ୟନିର୍ବାହୀ ଅଧିକାରୀ ହେଲେ ସଂଗ୍ରାମ କେଶରୀ ସିଂହ,ଯୋଗେନ୍ଦ୍ର କୁମାର ସାହୁ, ସ୍ଵପ୍ନେଶ୍ଵର ବେହେରା, ରବୀନ୍ଦ୍ର ନାଥ ପରିଡା, ସମୀର କୁମାର ସାହୁ, କରୁଣାକର ସୁବୁଦ୍ଧି, ପବିତ୍ର ସ୍ଵାଇଁ, ବରଦାକାନ୍ତ ସାହୁ ଓ ଧେରେଦ୍ର ବେହେରା ପ୍ରମୁଖ ଉପସ୍ଥତ ରହି ବୋଲଗଡ ବିଡ଼ିଓ ଧୋବେଇ ନାୟକଙ୍କୁ ଦାବିପତ୍ର ପ୍ରଦାନ କରିଅଛନ୍ତି।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.