ବୋଲଗଡ଼ ବ୍ଲକରେ ମନରେଗା ଦୁର୍ନୀତି : ଜେଇ ଜିଆରଏସଙ୍କୁ ଲୋକପାଳଙ୍କ ଅର୍ଥ ଦଣ୍ଡ ।

0 244

ବୋଲଗଡ଼,୧୨/୦୨(ପିପିଟି):ବୋଲଗଡ ବ୍ଲକ ପିଚୁକୁଳି ପଞ୍ଚାୟତର ସିଉଳା ମୌଜା ଅନ୍ତର୍ଗତ କାଜୁ ଜଙ୍ଗଲ ନିକଟସ୍ଥ ଗୋଚର ଜମିରେ ମନରେଗାରେ ଚାଲିଥିବା ଏକ ପ୍ରକଳ୍ପ କାମରେ ବ୍ଯାପକ ଅନିୟମିତତା ନେଇ ସ୍ଥାନୀୟ ଗ୍ରାମବାସୀ ମନରେଗା ଲୋକପାଳ ଖୋର୍ଦ୍ଧାଙ୍କ ନିକଟରେ ଅଭିଯୋଗ କରିଥିଲେ । ଗ୍ରାମବାସୀଙ୍କ ଅଭିଯୋଗକୁ ଭିତ୍ତିକରି ଲୋକପାଳ ୩/୨୩ରେ ମାମଲା ରୁଜୁ କରି ଘଟଣା ସ୍ଥଳ ଅନୁଧ୍ଯାନ କରିଥିଲେ । ଅଭିଯୋଗକାରୀ ଓ ଜିଆରଏସ ଓ ଯନ୍ତ୍ରୀଙ୍କ ଉପସ୍ଥିତିରେ ଯାଞ୍ଚ କରିଥିଲେ । ପ୍ରକଳ୍ପ ନିର୍ମାଣ ସମୟରେ ନରେଗା ଧାରା୨୦୦୫ ଗାଇଡଲାଇନ ପାଳନରେ ଅବହେଳା, କାର୍ଯ୍ଯ ତୃଟି ଲାଗି ପଞ୍ଚାୟତ ଜିଆରଏସ ଓ କନିଷ୍ଠ ଯନ୍ତ୍ରୀଙ୍କୁ ଏକ ହଜାର ଟଙ୍କା ଲେଖାଏ ଜରିମାନା କରିଛନ୍ତି । ଏଥିସହିତ ଏଥିରେ ନିୟୋଜିତ ଶ୍ରମିକମାନଙ୍କୁ ପାରିଶ୍ରମିକ ମିଳିବା ପରେ ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ଯ ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଏହି କାର୍ଯ୍ୟରେ ବରିଷ୍ଠ ନାଗରିକ ମନେ କିପରି କାର୍ଯ୍ୟ କଲେ ବୋଲି ଅଭିଯୋଗ ହୋଇଥିବା ବେଳେ ନରେଗା କାର୍ଯ୍ଯ ପାଇଁ ବୟସ ସୀମା ଏକ କାରଣ ନୁହଁ ବୋଲି ଲୋକପାଳ ଦର୍ଶାଇଛନ୍ତି । ଏବଂ ସ୍ବାସ୍ଥ୍ୟଗତ କୌଣସି ସମସ୍ଯା ନଥିଲେ ଏବଂ ଗୋଷ୍ଠିଗତ ଭାବେ ଅନ୍ଯ ଶ୍ରମିକ ମାନଙ୍କ ଆପତ୍ତି ନଥିଲେ ସେ କାମ କରି ପାରିବେ ବୋଲି କହିଛନ୍ତି । ଜଣେ ବରିଷ୍ଠ ନାଗରିକ ପେନସନ ପାଉଥିଲେ ବି ସେ ଏହି ଯୋଜନାରେ କାମ କରିପାରିବେ । ପଞ୍ଚାୟତରାଜ ବିଭାଗ ପକ୍ଷରୁ ଗୋଚର ଜମିରେ ପ୍ରକଳ୍ପ କାର୍ଯ୍ଯ ଲାଗି ଅନୁମତି ଦିଆଯାଇଛି । ଏଣୁ ଗୋଚର ଜମିରେ ପ୍ରକଳ୍ପ ନିର୍ମାଣ ନେଇ ଅଭିଯୋଗକାରୀ ଆଣିଥିବା ଅଭିଯୋଗକୁ ଲୋକପାଳ ରଦ୍ଦ କରିଛନ୍ତି । ପିଚୁକୁଳି ପଞ୍ଚାୟତ ଶିଉଳା ଗ୍ରାମରେ ମାନରେଗାରେ ସବୁ ନିର୍ଦେଶକୁ ଫୁ କରି ଉଡାଇ ଦେଇ ଲୋକ ବଦଳରେ ମେସିନ ଲଗାଇ କାମ ହୋଇଥିବା ଗ୍ରାମବାସୀ ଲୋକପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.