ବୋଲଗଡ଼ ପ୍ରେସକ୍ଳବ୍ ତରଫରୁ ସାମ୍ବାଦିକତା ଦିବସ ପାଳିତ।

0 295

ବୋଲଗଡ,୧୬/୧୧(ପିପିଟି): ସ୍ୱାଧିନ ଭାରତ ବର୍ଷରେ ସାମ୍ବାଦିକତାର ରୂପରେଖ ଆକଳନ କଲେ ସର୍ବପ୍ରଥମେ ଯେଉଁ ନାମଟି ଦୃଷ୍ଟି ନିକ୍ଷେପ ହୁଏ ନିଃସନ୍ଦେହ ସେ ଜାତିରପିତା ମହାତ୍ମାଗାନ୍ଧୀ।ତାଙ୍କରି ମତ ଅନୁଯାୟୀ ସାମ୍ବାଦିକତା ହେଉଛି ସେବା, ଜନତାଙ୍କର ସେବାହିଁ ସାମ୍ବାଦିକତାର ଧର୍ମ। ସେହି କଥାକୁ ପାଥେୟକରି ଆଜି ସାମ୍ବାଦିକତା ଦିବସ ଅବସରରେ ବୋଲଗଡ଼ ଠାରେ ବୋଲଗଡ ପ୍ରେସ୍ କ୍ଳବ ତରଫରୁ ସଭାପତି ପ୍ରସନ୍ନ କୁମାର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ସାମ୍ବାଦିକ ଭାଇମାନଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା। ସଭାର ମୁଖ୍ୟ ଉଦେଶ୍ୟ ଥିଲା ସାମ୍ବାଦିକ ମାନେ କିପରି ନିଜର ମନ୍ଦ ଉଦ୍ଦେଶ୍ୟ ଓ ସମାଜର ସନ୍ଦେହ ଆଖିରେ ନିଜର ହରାଇଥିବା ସମ୍ନାନକୁ ଫେରାଇ ଆଣିବା ଏବଂ ଦେଶ ରାଷ୍ଟ୍ର ଓ ସମାଜର ମୌଳିକ ବିକାଶ ଦିଗରେ କିପରି ନିରପେକ୍ଷ ସାମ୍ବାଦିକତା କରିବା । ଉକ୍ତ ସଭାରେ ବୋଲଗଡ ସାମ୍ବାଦିକ ପ୍ରେସ କ୍ଲବର ସାମ୍ବାଦିକ ପ୍ରଫୁଲ କୁମାର ସିଂହ, ଗୁରୁ କୃଷ୍ନ ସାମନ୍ତରାୟ, ଅଶୋକ ପ୍ରଧାନ, ସୁଶାନ୍ତ କୁମାର ପ୍ରଧାନ, ସୁନିଲ୍ କୁମାର ଦଳେଇ,ଜଦୁନାଥ ସାମନ୍ତରୟ,ବିଷ୍ନୁପ୍ରସାଦ ମହାନ୍ତି,ରାକେସ୍ ଚନ୍ଦ୍ର ପାଢ଼ୀ ,ସଂଜୟ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ। ସାମ୍ବାଦିକ ମାନଙ୍କ ଦୁଃଖ ଦୁର୍ଦ୍ଦଶାକୁ ଦୃଷ୍ଟି ନିକ୍ଷେପ କରି କିଭଳି ଭାବେ ସମାଧାନ ହୋଇ ପାରିବ ତାହା ଉପରେ ପ୍ରମୁଖ ଆଲୋଚନା କରିଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.