ବୋଲଗଡ଼ ତହସିଲ କାର୍ଯ୍ୟାଳୟରେ ନାହିଁ ଓଡ଼ିଆ ନାମ ଫଳକ ।

0 352

ବୋଲଗଡ଼ ୧୩/୦୮(ପିପିଟି):ଆମେ ଓଡ଼ିଆ ଆମ ଭାଷା ଓଡ଼ିଆ ଓ ଆମେ ବଢିଆ ବୋଲି ଓଡିଶା ରାଜ୍ୟ ସରକାରଙ୍କ ସଂସ୍କୃତିବିଭାଗ ଡିଣ୍ଡିମ ପିଟୁଥିବାବେଳେ ବୋଲଗଡ଼ ତହସିଲ କାର୍ଯ୍ୟାଳୟରେ ଏହା ବ୍ୟତିକ୍ରମ ଘଟିଅଛି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତୀ ସ୍ୱର୍ଗତ ଜାନକୀ ବଲ୍ଳଭ ପଟ୍ଟନାୟକଙ୍କ ନେତୃତ୍ୱରେ ୧୯୯୦ମସିହାରେ ବୋଲଗଡ ବ୍ଲକ
ସଦର ମହକୁମାରେ ତହସିଲ କାର୍ଯ୍ୟାଳୟ ସ୍ଥାପିତ ହୋଇଥିଲା। ଫଳରେ ବୋଲଗଡ଼ ବ୍ଲକର ୧୯ଟି ରାଜସ୍ବ ଗ୍ରାମଗୁଡିକର ସମସ୍ତ ଜନସାଧାରଣ ସହଜ ସୁବିଧାରେ ରାଜସ୍ୱ ସେବା ପାଇପାରୁଛନ୍ତି। ଓଡିଶା ରାଜ୍ୟର ସୁନାମ ପାଇଁ ରାଜ୍ୟସରକାରଙ୍କ ସଂସ୍କୃତି ବିଭାଗ ମନ୍ତ୍ରୀ, ଶାସନ ସଚିବ ଓ ନିର୍ଦେଶକ ରାଜ୍ୟର ସମସ୍ତ ବ୍ୟବସାୟ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ, ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ଗ୍ରାମପଞ୍ଚୟତ କାର୍ଯ୍ୟାଳୟ ଗୁଡିକ ଓଡ଼ିଆରେ ନାମ ଫଳକ ଲେଖିବାପାଇଁ ନିର୍ଦେଶ ଦେଇ ଅଛନ୍ତି ଏହି ଆଦେଶକୁ ଅମାନ୍ୟ କରୁଥିବା ଅନୁଷ୍ଠାନ ଗୁଡିକ ବିରୁଦ୍ଧରେ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ମାଜିଷ୍ଟେଟ, ଉପଖଣ୍ଡ ପ୍ରଶାସନ ତଥା ଉପଖଣ୍ଡ ମାଜିଷ୍ଟେଟ ଓ ତହସିଲଦାର ତଥା ମାଜିଷ୍ଟେଟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତି।ବୋଲଗଡ଼ ତହସିଲଦାର ତଥା ମାଜିଷ୍ଟେଟ ସନ୍ତୋଷିନୀ ଦାସ ନିଜ କାର୍ଯ୍ୟାଳୟର ନାମଫଳକ ଆଜି ପର୍ଯ୍ୟନ୍ତ ଓଡ଼ିଆରେ ନାମଫଳକ ଲେଖିନାହାନ୍ତି। ତେବେ ତାଙ୍କ ବିରୁଦ୍ଧରେ ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଓ ରାଜ୍ୟସଂସ୍କୃତି ବିଭାଗ କି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଅଛନ୍ତି ତାହା ଜାଣିବା ପାଇଁ ବୋଲଗଡ ବ୍ଲକ ଅଞ୍ଚଳବାସୀ
ଚାହିଁ ବସିଛନ୍ତି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.