ବୋଲଗଡ଼ ଅଞ୍ଚଳର ଆରାଧ୍ୟ ଠାକୁର ଶ୍ରୀପଶ୍ଚିମେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆଞ୍ଚଳିକ ବିଶ୍ବ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ।

0 388

ବୋଲଗଡ଼,୨୨/୦୨(ପିପିଟି);ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ର ପାଟବଂନ୍ଧ ଗ୍ରାମରେ ଅବସ୍ଥିତ ଆରାଧ୍ୟ ଦେବ ପ୍ରଭୁ ଶ୍ରୀ ଶ୍ରୀପଶ୍ଚିମେଶ୍ୱରଙ୍କ ପୀଠରେ ଚାରିଦିନ ଧରି ଆଞ୍ଚଳିକ ବିଶ୍ବ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହଉଅଛି।ପାଟବନ୍ଧ ଗ୍ରାମ ସମେତ ସେ ଅଞ୍ଚଳର ଜରିପଡା, ଗୋଡିଆଳି,ହଳଦୀପଦା, ସାଗରଗୁଆଁ,ବେଣାଗାଡିଆ,ଖଲିକୋଟ ଆଦି ଗ୍ରାମର ଶ୍ରଧାଳୁ ଭକ୍ତ ମାନେ ଓ ତତ୍ ସହିତ ଦୁର ଦୁରାନ୍ତରୁ ଭକ୍ତ ମାନେ ଆସି ଏହି ଯଜ୍ଞରେ ଯୋଗ ଦେଇଥିଲେ। ପ୍ରତ୍ୟେକ୍ଷ ଆରାଧ୍ୟ ଠାକୁର ପ୍ରଭୁ ଶ୍ରୀ ପଶ୍ଚିମେଶ୍ୱର ଦେବଙ୍କ ପିଠରେ ବୈଦିକ ବିଧି ରେ ଆଞ୍ଚଳିକ ବିଶ୍ବ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେଉଅଛି। ତା୨୧ ରବିବାରଠାରୁ ଅଙ୍କୁରାରୋପଣ ଆରମ୍ଭ ହୋଇଥିବା ଏହି ମହାଯଜ୍ଞ ଟିରେ ପାଟବନ୍ଧ ତଥା ଆଖପାଖ ଗ୍ରାମର ଶତାଧିକ ଭକ୍ତ ଜଳ କଳସୀ ଧରି ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରିଥିଲେ । ପ୍ରତ୍ଯହ ସକାଳେ ସୂଯ୍ୟପୂଜା, ଶାଲାପୂଜା ହେବା ସହିତ ମନ୍ଦିର ବେଢାରେ ଶ୍ରୀମଦ୍ ଭାଗବତ ପାରାୟଣ, ସଙ୍କୀର୍ତ୍ତିନ,ପ୍ରବଚନ ଆଦି କାର୍ଯ୍ୟକର୍ମ ଅନୁଷ୍ଠିତ ହେଉଥିଲା। ପ୍ରତିଦିନ ମନ୍ଦିର ବେଢାରେ ପ୍ରାୟ ଦଶ ହଜାରରୁ ଉର୍ଦ୍ଧ୍ବ ଭକ୍ତମାନେ ପ୍ରସାଦ ସେବାନ କରିବାର ଦେଖିବାକୁ ମିଳିଥିଲା। ସୋମବାର ଦିନ ପ୍ରାତଃକାଳ ରେ ସୂର୍ଯ୍ୟ ପୂଜା, ଗୋ-ପୂଜା, ଶାଲା ପୂଜା ହେବା ସହିତବୁଧବାର ଦିନ ରାଷ୍ଟ୍ର ହୋମ, ଶ୍ରୀ ଦୁଃର୍ଗା ସପ୍ତସତୀ ଆହୁତୀ, ଓ ପୂର୍ଣ୍ଣାହୁତୀ ଦିଆ ହେବ ବୋଲି ଯଜ୍ଞ କମିଟିରୁ ସୂଚନା ମିଳିଛି । ପାଟବନ୍ଧ ଗ୍ରାମ ର ଓ ସେ ଅଞ୍ଚଳର ବିଭିନ୍ନ ସ୍ବେଛାସେବୀ ଯୁବକ ମାନେ ଏହି ବିଶ୍ବ ଶାନ୍ତି ମହାଯଜ୍ଞ ର ବିଭିନ୍ନ କାର୍ଯ୍ୟକ୍ରମରେ ସାହାଯ୍ୟ ଓ ସହଯୋଗ କରିବାର ଦେଖିବାକୁ ମିଳିଛି ।

(ରିପୋର୍ଟ- ସୁଶାନ୍ତ କୁମାର ପ୍ରଧାନ। )

Leave A Reply

Your email address will not be published.