ବୋଲଗଡ,ତା-୦୭/୧୦(ପିପିଟି); ଆଜିଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ର “ମାଆ ଭୂଇଁଆଣି ପୀଠରେ” ବୋଲଗଡ଼ ବ୍ଲକ ୱେବ ମିଡ଼ିଆ ରିପୋର୍ଟରମାନଙ୍କୁ ନେଇ ଏକ ଆଞ୍ଚଳିକ ୱେବ ମିଡ଼ିଆ ରିପୋର୍ଟର ସଂଘ ଗଠିତ ହୋଇଯାଇଛି ।ବର୍ତ୍ତମାନ ପରିସ୍ଥିତିରେ ସାମ୍ବାଦିକ ମାନଙ୍କର ବହୁ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିବା ଵେଳେ କରୋନା ମହାମାରୀର ସଚେତନତା ସୃଷ୍ଟି କରିବାରେ କରୋନା ଯୋଦ୍ଧା ଭାବେ ସାମ୍ବାଦିକ ମାନଙ୍କର ଭୁମିକା ରହିଛି। ଆଜି ସାମ୍ବାଦିକ ଵିଶ୍ବଜିତ୍ ମହାପାତ୍ରଙ୍କ ଆବାହକ କ୍ରମେ ବୈଠକରେ ଆଞ୍ଚଳିକ ୱେବ ମିଡ଼ିଆ ରିପୋର୍ଟର ସଂଘର ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି। ସଭାପତି ଭାବେ ନିରଞ୍ଜନ କୁମାର ନାୟକ, ଉପସଭାପତି ରଘୁନାଥ ମଲ୍ଲିକ , ସମ୍ପାଦକ ବିଶ୍ବଜିତ ମହାପାତ୍ର , ସହସମ୍ପାଦକ ଆଶିଷ ମହାରଣା , କୋଷାଧ୍ୟକ୍ଷ ଶ୍ରୀନିବାସ ଵେହେରା, ରହିଥିବା ଵେଳେ ଉପଦେଷ୍ଟା ଭାବେ ଆର୍ତ୍ତଵନ୍ଧୁ ପ୍ରଧାନ , ଜୟେନ୍ଦ୍ର ଵେହେରା , ଯଦୁନାଥ ସାମନ୍ତରାୟ ରହିଛନ୍ତି । ସଂଘର ଆବାହକ ଭାବେ ରାକେଶ ଚନ୍ଦ୍ର ପାଢୀ ଓ ସଂଜୀବ ସେଠି ଦାୟିତ୍ବ ବହନ କରିଛନ୍ତି । ଏହି ଆଂଚଳିକ ୱେବ୍ ମିଡିଆ ରିପୋର୍ଟର ସଂଘର ବୈଠକରେ ଉପସ୍ଥିତ ସଭ୍ୟ ସୁଶାନ୍ତ କୁମାର ପ୍ରଧାନ, ସଂଜୟ ମହାପାତ୍ର, ବିଷ୍ଣୁପ୍ରସାଦ ମହାନ୍ତି , ଗଂଗାଧର ସାହୁ, ଅଶୋକ କୁମାର ପ୍ରଧାନ ପ୍ରମୂଖ ସମର୍ଥନ କରିଥିଲେ। ସମସ୍ତ ସାମ୍ବାଦିକ ଭାଇମାନେ କୋଭିଡ୍୧୯ ର ନିୟମ ପାଳନ କରିବା ସହିତ ମାସ୍କ ପିନ୍ଧି ଥିଲେ। ଶେଷରେ ସଂଘର ଉପଦେଷ୍ଟା ଆର୍ତ୍ତବଦ୍ଧୁ ପ୍ରଧାନ ଉପସ୍ଥିତ ବୋଲଗଡ଼ ବ୍ଳକର ସମସ୍ତ ମିଡିଆ ବନ୍ଧୁ ମାନଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ। (ରିପୋର୍ଟ – ସୁଶାନ୍ତ କୁମାର ପ୍ରଧାନ ।)