ବୋଲଗଡ଼,୩୦/୦୯(ପିପିଟି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ଅହିଂସା ରଥ କାର୍ଯ୍ୟକ୍ରମ ମାଧ୍ୟମରେ ସମାଜକୁ ସୁସ୍ଥ ସୁନ୍ଦର କରିବା, ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ଅହିଂସା ନୀତିକୁ ଗ୍ରହଣ କରିବାର ବାର୍ତ୍ତାନେଇ ସାମାଜିକ, ଅର୍ଥନୈତିକ ଅଗ୍ରଗତିକୁ ପାଥୟ କରି ଦେଶ ଗଠନରେ ସମସ୍ତେ ସହାୟକ ହେବା ପାଇଁ ଏହି ଅହିଂସା ରଥର ମୁଖ୍ୟ ଉଦ୍ଦେଶ୍ୟ। ଆଜି ଏହି ରଥ ବୋଲଗଡ଼ ମାଟିରେ ପହଞ୍ଚିଛି। ପ୍ରଥମେ ଏହି ରଥ ସକାଳ ୯ଘଟିକା ସମୟରେ ବୋଲଗଡ଼ ବ୍ଲକ ଅନ୍ତର୍ଗତ ଚୁଡା ଗ୍ରାମ ଠାରେ ପହଞ୍ଚି ଥିଲା।ଏଠାରେ ବୋଲଗଡ ଅଞ୍ଚଳର ବହୁ ସରକାରୀ କର୍ମଚାରୀ,ପ୍ରଶାସନ ଅଧିକାରୀ,ସ୍ୱୟଂସହାୟକ ଗୋଷ୍ଠୀ, ଛାତ୍ରଛାତ୍ରୀ,ଅଙ୍ଗନୱାଡି କର୍ମୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ବହୁ ସାଧାରଣ ଜନତାଙ୍କଦ୍ଵାରା ଅହିଂସା ରଥକୁ ବିପୁଳ ଭାବରେ ସ୍ୱାଗତ କରିଥିଲା। ଚୁଡା ଗ୍ରାମରେ ସ୍ଥାପିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣକରି ପରେ ଏହା ବୋଲଗଡ ଅଭିମୁଖେ ଅଗ୍ରସର ହୋଇଥିଲା ।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)